
ବାସ୍ତବବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା।
ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ରଙ୍କ ସୂଚନାନୁଯାଇ, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଆଜି ଏକା ସଙ୍ଗରେ, ଶ୍ରୀ ଜେନାଙ୍କ ଘାଟିକିଆସ୍ଥିତ ବନ ତାଲିମ କେନ୍ଦ୍ର ପରିସରରେ ଥିବା ସରକାରୀ ବାସଭବନ, ଜାଗମରାରେ ଥିବା ୪ ମହଲା କୋଠା, ଢେଙ୍କାନାଳ ଗଁଦିଆ ରତନପୁରସ୍ଥିତ ପୈତୃକ ଘର ଓ ଅଫିସରେ ସକାଳୁ ସକାଳୁ ଚଢ଼ଉ କରିଛନ୍ତି। ଦେଢ଼ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଶ୍ରୀ ଜେନାଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ ଅଧିକ ପଚରାଉଚରା କରୁଛନ୍ତି ।


