ଆଜିର ଖାସ୍ ଖବର

୧-ପୁରୀରେ ଚାଲିଥିବା ଉଚ୍ଛେଦ କାମକୁ ଆମିକସ୍‌ କ୍ୟୁରୀଙ୍କ କ୍ଲିନ୍‌ଚିଟ୍‌, କହିଲେ ବିକାଶ ପାଇଁ ଏହି କାମରେ ରୋକ୍‌ ଲଗାଇବା ଠିକ୍‌ ନୁହଁ।

୨-ମୋଟର ଯାନ ଆଇନକୁ ଅଟୋଚାଳକ ମହାସଂଘର ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ।

୩-ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍‌ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ରାଜମହଲ ଛକରେ ହେଲା ପୁଲିସ-ପବ୍ଲିକ ଖଣ୍ଡଯୁଦ୍ଧ।

୪-ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୨୭ରେ ହେବ OCAର ନିର୍ବାଚନ।

୫-କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ ମାନ୍ୟତା, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

୬-ଭଦ୍ରକ:ସ୍କୁଟିର କିଛି କାଗଜପତ୍ର ନ ଥିବାରୁ ସ୍କୁଲ ଦିଦି ଦେଲେ ୧୩ ହଜାର ଟଙ୍କା ଫାଇନ୍‌।

୭-ହେଲ୍‌ପ ଲାଇନ ନମ୍ବର ଜାରି ; ଫାଇନ ଆଦାୟ ବେଳେ ସମସ୍ୟା ହେଲେ ଏହି ନମ୍ବରରେ ଜଣାଇ ପାରିବେ: ୧୮୦୦ ୩୪୫ ୧୦୭୩,ସକାଳ ୮ଟାରୁ ରାତି ୧୦ଟା ଭିତରେ।

୮-କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସ ଛାଡି ଏବେ କଟକ SCBରେ।ଦୁଷ୍ଟ ହେବା ସହ ଥଟା ତାମସା କରୁଛି ଜଗା, ଯିବ ସ୍କୁଲ, କାଳିଆ ଏବେବି ଗମ୍ଭୀର।

୯-ପ୍ରଥମ ଦିନରେ ମଦ ପିଇ ଗାଡି ଚଲେଇ ଗରିଫ ହେଲେ 38 ମଦୁଆ ଡ୍ରାଇଭର ।

୧୦-ମିଶନ ମୁନ ବିଫଳ ହୋଇନି: ଆଶା ଛାଡିନି ଇସ୍ରୋ, ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ଚେଷ୍ଠା ଜାରି ରହିଛି-ଇସ୍ରୋ ମୁଖ୍ୟ।

୧୧-ପୁଣି ରଙ୍ଗ ଦେଖାଇଲା ପାକିସ୍ତାନ, ରାଷ୍ଟ୍ରପତି କୋବିନ୍ଦଙ୍କୁ ଆକାଶମାର୍ଗ ଦେଇ ଯିବାକୁ ଦେଲାନି ଅନୁମତି।

୧୨-ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲ :ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଡର୍ ଅଡର୍ କଣ କୁହନ୍ତି ସୁପ୍ରିମ କୋର୍ଟ ର ଓକିଲ

Sun Sep 8 , 2019
ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା […]

You May Like

Pin It on Pinterest