
ବାସ୍ତବବ୍ୟୁରୋ:ଆଜି ବିଜେପି ନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ, ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି କି, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ।ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ନାଗା ସାଧୁ ପ୍ରତିହତ ପାଇଁ ସୃଷ୍ଟି । ତାଙ୍କ ଉପରେ ଅତ୍ୟାଚାରକୁ ଆମେ ବିରୋଧ କରୁଛୁ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବେଳେ ପଦକ୍ଷେପ ନନେଉଥିବାବେଳେ ଅନ୍ୟ କ୍ଷୁଦ୍ର ଧର୍ମ ଉପରେ ଆକ୍ରମଣ ବେଳେ କଠୋର ପଦକ୍ଷେପ ନିଆଯାଉଛି । ତୁରନ୍ତ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ସହିତ ଏଭଳି ହିନ୍ଦୁ ସନ୍ଥଙ୍କ ଉପରେ ପଦକ୍ଷେପ ଆଗକୁ ନନେବା ପାଇଁ ସେ ଦାବି କରିଛନ୍ତି। ଯେତେବେଳେ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଉଛି କେହି ବିରୋଧ କିମ୍ବା ପ୍ରତିହତ କରିବା ପାଇଁ ଆଗକୁ ଆସୁନାହାନ୍ତି । ନାଗା ସାଧୁଙ୍କୁ ଖୁବ୍ ଶୀଘ୍ର ଖଲାସ କରାଯାଉ । ସେ ପାଗଳ କି ନୁହେଁ ଏକ ଡାକ୍ତରୀ ଦଳ ସ୍ପଷ୍ଟ କରନ୍ତୁ । ତାଙ୍କର ସଠିକ୍ ଚିକିତ୍ସା ପାଇଁ ବିଷ୍ଣୁ ଦାସ ଦାବି କରିଛନ୍ତି ।