
ବାସ୍ତବବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ ।ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଥିବାବେଳେ, ୧୪ ତାରିଖ ଯାଏ ଚାଲିବ କରୋନା ଟିକା ଉତ୍ସବ | ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଘୋଷଣା ଓ ରାଜ୍ୟରେ ଟୀକା ଅଭାବ କାହିଁନା କାହିଁ ତାଳ ମେଲର ଅଭାବ |ଖାଲି ଓଡିଶା ନୁହେଁ ସବୁ ରାଜ୍ୟର ଟୀକାର ସ୍ତିତି ବୁଝି ଏ ସିଧ୍ୟାନ୍ତରେ ପହଂଚିବାର ଥିଲା |ଓଡ଼ିଶାରେ ଟିକା ଅଭାବରୁ ଅନେକ ଜିଲ୍ଲାରେ ବି ଟିକା ଦାନ ହୋଇ ପାରିନି । ସେପଟେ ଟିକାକୁ ନେଇ ରାଜ୍ୟରେ ରାଜନୀତି ବଡ଼ ହାସ୍ୟଷ୍ପଦର କଥା |
ଆଜି ରାଜ୍ୟରେ ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲ୍ଡ ଟିକା ଏବଂ ୭୭ ହଜାର ୯୬୦ ଡୋଜ କୋଭାକ୍ସିନ୍ ଟିକା ମହଜୁଦ୍ ଥିବାରୁ ୫୭୯ କେନ୍ଦ୍ରରେ ଟିକା କରଣ ହୋଇଛି । ଟିକା ଉତ୍ସବ ଆମ ରାଜ୍ୟରେ ପାଳନ ହେଲା ହେଲେ ଯେଉଁଠି ଥିଲା ସେଠି ଟିକା ଉତ୍ସବ ହେଲା ଆଉ ଯେଉଁଠି ନାହିଁ ସେଠି ….। ଗତକାଲି କେନ୍ଦ୍ରରୁ ଆସିଥିବା ଦୁଇ ଲକ୍ଷ ପଚାଶ ହଜାର କୋଭିସିଲ୍ଡ ଟିକା ଅଧିକ ସଂକ୍ରମଣ ଜିଲ୍ଲା ଖୋର୍ଦ୍ଧା, କଲାହାଣ୍ଡି, ନୂଆପଡା , ସୁନ୍ଦରଗଡ, ବରଗଡ ଆଦି ଜିଲ୍ଲାକୁ ପଠାଯାଇଛି ।

ଭୁବନେଶ୍ୱରରେ କୋ-ଭ୍ୟାକସିନ୍ ଟିକା ଦିଆଯଉଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ କୋଭିସିଲ୍ଡ ଟିକା ଦିଆଯଉଛି। ୧୧ରୁ ୧୪ ତାରିଖ ଯାଏ ସାରା ଦେଶରେ ଚାଲିବ କୋଭିଡ ଟିକା ଉତ୍ସବ । ରବିବାର ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲ୍ଡ ଟିକା ଏବଂ ୭୭ ହଜାର ୯୬୦ ଡୋଜ କୋଭାକ୍ସିନ୍ ଟିକା ମହଜୁଦ୍ ରହିଛି । ଯାହାକୁ ନେଇ ୫୭୯ କେନ୍ଦ୍ରରେ ଟିକା କରଣ ହୋଇଛି । ଗତକାଲି କେନ୍ଦ୍ରରୁ ଆସିଥିବା ଅଢ଼େଇ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ରାଜ୍ୟର ଅଧିକ ସଂକ୍ରମଣ ବଢୁଥିବା ଜିଲ୍ଲା ଖୋର୍ଦ୍ଧା, କଲାହାଣ୍ଡି, ନୂଆପଡା , ସୁନ୍ଦରଗଡ, ବରଗଡ ଆଦି ଜିଲ୍ଲାକୁ ପଠାଯାଇଛି । ତେବେ ଟିକା ଅଭାବରୁ ରାଜ୍ୟର ୯୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା।
କେନ୍ଦ୍ରରୁ ଆଉ ଅଧିକ ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ବନ୍ଦ ହେବ ଟୀକା କାରଣ ।ଟିକାକୁ ନେଇ ରାଜନୀତି ସାଧାରଣ ଜନତାଙ୍କ ଉପରେ କି ପ୍ରଭାବ ପକାଇବ ତାହା କେନ୍ଦ୍ର ଓ ରାଜ୍ୟର ତୁଙ୍ଗ ରାଜନେତା ମାନେ ଭାବିବା ଦରକାର |



