ଅଡର୍ ଅଡର୍ କଣ କୁହନ୍ତି ସୁପ୍ରିମ କୋର୍ଟ ର ଓକିଲ

ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା ଆରଟିଓ ଅଧିକାରୀ ଗାଡ଼ିର ଚାଲାଣ କାଟିପାରିବେ ନାହିଁ। ଏହା ପରେ ୧୫ ଦିନ ମଧ୍ୟରେ ଚାଳକଙ୍କୁ ସମସ୍ତ କାଗଜପତ୍ର ଟ୍ରାଫିକ ପୁଲିସ ଅଥବା ଆରଟିଓ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିବ।

ଆଡ୍‌ଭୋକେଟ ଶ୍ରୀବାସ୍ତବ ଏହା ମଧ୍ୟ କହିଛନ୍ତି ଯେ, ମୋଟର ଯାନ ଆଇନ ୨୦୧୯ର ଧାରା ୧୫୮ ଅଧୀନରେ ଦୁର୍ଘଟଣା ହେବା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ଦିନ ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ଟ୍ରାଫିକ ଆଇନ ବିଶେଷଜ୍ଞ ତଥା ଆଇନ ବିଭାଗ ପ୍ରଫେସର ଡା. ରାଜେଶ ଦୁବେ କୁହନ୍ତି, ଯଦି ଚାଳକ ଗାଡ଼ି କାଗଜପଦ୍ର ତତ୍କାଳ ଦେଖାଇ ନ ପାରନ୍ତି ଏବଂ ଟ୍ରାଫିକ ପୁଲିସ ତାଙ୍କର ଚାଲାଣ କାଟନ୍ତି, ତେବେ କୋର୍ଟରେ ଏହାକୁ ଖାରଜ କରିବା ଲାଗି ଚାଳକଙ୍କ ନିକଟରେ ବିକଳ୍ପ ରହିଥାଏ।

ବରିଷ୍ଠ ଆଡ୍‌ଭୋକେଟ ଗର୍ଗ କୁହନ୍ତି, ଯଦି ଟ୍ରାଫିକ ପୁଲିସ ବେଆଇନ ଭାବେ ଚାଲାଣ କାଟୁଛି, ତେବେ ଚାଳକଙ୍କୁ କେବେ ବି ଚାଲାଣ ଭରିବାକୁ ପଡ଼ିବ ନାହିଁ। ଟ୍ରାଫିକ ପୁଲିସର ଚାଲାଣ କୌଣସି କୋର୍ଟଙ୍କ ଆଦେଶ ନୁହେଁ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। ଯଦି କୋର୍ଟ ଜାଣିବାକୁ ପାଇବେ ଯେ, ଚାଳକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି ଏବଂ ସେସବୁ ଦେଖାଇବା ଲାଗି ତାଙ୍କୁ ୧୫ ଦିନ ସମୟ ଦିଆଯାଇ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ।

ଆଡ୍‌ଭୋକେଟ ଶ୍ରୀବାସ୍ତବ କହିଛନ୍ତି, ଚାଲାଣରେ ଜଣେ ସାକ୍ଷୀଙ୍କ ଦସ୍ତଖତ ରହିବା ଜରୁରୀ। କାରଣ କୋର୍ଟରେ ମାମଲାର ବିଚାର ସମୟରେ ଟ୍ରାଫିକ ପୁଲିସକୁ ଜଣେ ସାକ୍ଷୀଙ୍କୁ ହାଜର କରିବାକୁ ପଡ଼ିବ। ଯଦି ପୁଲିସ ସାକ୍ଷୀଙ୍କୁ ହାଜର କରିପାରିବ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ। ଅଧିକାଂଶ ମାମଲାରେ ପୁଲିସ ସାକ୍ଷୀଙ୍କୁ ହାଜର କରିପାରି ନ ଥାଏ ଏବଂ ଏହାର ଫାଇଦା ଚାଳକଙ୍କୁ ମିଳିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Sep 9 , 2019
୧-ପୁରୀ:ବଡ଼ ଆଖଡ଼ା ମଠ ଧରାଶାୟୀ,ଏବେ ସାନଛତା ମଠର ପାଳି। ୨-ନୂଆ ମୋଟର ଯାନ ଆଇନ: ସଡ଼କ ସବୁ ଫାଙ୍କା ଫାଙ୍କା, ପେଟ୍ରୋଲ ବେପାର ୪ ଲକ୍ଷ ଓ ଡିଜେଲ ୧୨ ଲକ୍ଷରୁ ଅଧିକ ହ୍ରାସ ,ଗାଡ଼ି କିଣିବାକୁ ଗ୍ରାହକ ବିମୁଖ। ୩-କୋରାପୁଟ: ପଛୁଆ ଅଞ୍ଚଳରେ ଶିକ୍ଷକ ଆଗୁଆ: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ମିଶ୍ର ପାଇଲେ ଆନ୍ତର୍ଜାତିକ ସମ୍ମାନ। ୪-ବରଗଡ଼ର ଅନିଲ ସ୍ଵାମୀଙ୍କ କିଡ୍‌ନୀ କାଢ଼ି […]

You May Like

Pin It on Pinterest