ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ବିଏମ୍‌ସିର ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂକୁ ଗୁରୁତ୍ୱ….

Photo: social media

ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭୁବନେଶ୍ବରରୁ ପ୍ରତିଦିନ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ବାହାରୁଛନ୍ତି ।

ବିଏମ୍‌ସି ସୂଚନା ଅନୁସାରେ ମୁଖ୍ୟତଃ ଅନ୍ୟ ରାଜ୍ୟ ବା ସହରରୁ ରେଳ ଯୋଗେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ପହଁଚୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩୦ ରୁ ଅଧିକ ସଂକ୍ରମିତ ‌ଚିହ୍ନଟ ହୋଇଛନ୍ତି । ତେଣୁ ବିଏମ୍‌ସି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇ, ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଷ୍ଟେସନରେ ତନ୍ନତନ୍ନ ଯାଞ୍ଚ ଉପରେ ଗୁରତ ଦେଉଛି । କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ମାସ୍କ, ସାମାଜିକ ଦୂରତା ପାଳନ ଉପରେ ମଧ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଗୁରୁତ୍ୱ ଦିଆଯାଉଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ରରେ କରୋନା ଅଣ ଆୟତ୍ତ,ଦିନକୁ ୬୩ ହଜାରରୁ ଅଧିକ ନୂଆ ମାମଲା, ମୁମ୍ବାଇରେ ୬ ଲକ୍ଷରୁ ଅଧିକ ହୋମ କ୍ଵାରେଣ୍ଟାଇନ ରେ ...

Mon Apr 12 , 2021
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩ ,୨୯୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୦ ଦିନ ମଧ୍ୟରେ ମୁମ୍ବାଇରେ ୧ ,୫୪ ,୩୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ହୋଇଛି। ବାସ୍ତବବ୍ୟୁରୋ:(ମୁମ୍ବାଇ)କରୋନାର ଦ୍ୱିତୀୟ ତରଙ୍ଗ ଶୀଘ୍ର ଲୋକଙ୍କୁ ବେକାବୁ କରି ଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କରୋନା ମାମଲା […]

You May Like

Pin It on Pinterest