ବାସ୍ତବବ୍ୟୁରୋ: ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ମାସ୍କ ଚେକିଂ ନାଁରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନିତିଦିନିଆ । ହେଲେ ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର କରିବାକୁ ନେଇ ଜିଲ୍ଲା ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାସହ, ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏସପିଙ୍କ ଚାମ୍ବରରେ ପଶି ରିଲିଫ ନ ହୋଇଥିବା ଢେଙ୍କାନାଳ ଏସଡ଼ିପିଓଙ୍କ ତୁରନ୍ତ ରିଲିଫ କରିବାସହ,ଦୁର୍ବ୍ୟବହାର କରିଥିବା ପୋଲିସ ଅଫିସରଙ୍କ ବିରୋଧରେ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଆସନ୍ତା ଶୁକ୍ରବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଓକିଲ ସଂଘ ଢେଙ୍କାନାଳ ବନ୍ଦ କରି ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଏ ସମ୍ପର୍କରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।