ବାସ୍ତବବ୍ୟୁରୋ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି କି, ରାଜ୍ୟର କରୋନା ସ୍ତିତି ଅନୁଧ୍ୟାନ କଲା ପରେ ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ | ସିବିଏସଇ ବୋର୍ଡ ଦଶମ ପରୀକ୍ଷା ବାତିଲ ହେବା ପରେ, ସାମ୍ବାଦିକଙ୍କ ପ୍ରଶ୍ନର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ, କେନ୍ଦ୍ର ସରକାର CBSE ବୋର୍ଡ ପରୀକ୍ଷା ବାତିଲ୍ କରିଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟ୍ବିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ କେଉଁ ଆଧାରରେ ମାର୍କ ଦିଆଯିବ ସେ ନିଷ୍ପତ୍ତ ସିବିଏସଇ ବୋର୍ଡ ଉପରେ ଛାଡି ଦିଆ ଯାଇଛି ।ଛାତ୍ରଛାତ୍ରୀ ମାନେ ମାର୍କରେ ସନ୍ତୁଷ୍ଟ ନହେଲେ ଆଉ ଥରେ ପରୀକ୍ଷା ଦେଇପାରିବେ । CBSE ଯୁକ୍ତ ୨ ପରୀକ୍ଷାକୁ ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି |ଜୁନ୍ ୧ରେ ପୁଣି ବୈଠକ ବସିବା ପରେ ପରୀକ୍ଷା ବିଷୟରେ ନିଷ୍ପତ୍ତି ନିଆଯିବ ।