
ବାସ୍ତବବ୍ୟୁରୋ : ପିପିଲି ଉପ ନିର୍ବାଚନର ,କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ।ଆଉ ଦୁଇ ଦିନ ପରେ ହୋଇଥାନ୍ତା ନିର୍ବାଚନ ହେଲେ କରୋନାରେ ଦେହାନ୍ତ ଘଟିଥିବା କୁହାଯାଏ । ଭୁବନେଶ୍ଵର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ |ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହେବାପରେ କରନା ପରୀକ୍ଷା ରେ, ୧୦ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଥିଲା | ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ବୁଧବାର) ଅଜିତ୍ଙ୍କ ପରଲୋକ ଘଟିଛି। ଏ ନେଇ ଆପୋଲ ହସ୍ପିଟାଲର ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ସୂଚନା ଦେଇଛନ୍ତି।
ସ୍ଥଗିତ ହୋଇପାରେ ପିପିଲି ଉପ ନିର୍ବାଚନ, ଏପ୍ରିଲ ୧୭ରେ ହୋଇଥାନ୍ତା ପିପିଲି ଉପ ନିର୍ବାଚନ ପାଇଁ ମତଦାନ । ନିର୍ବାଚନ ବନ୍ଦ ନେଇ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନର | ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ଅଜିତ୍ ମଙ୍ଗରାଜ ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇ ଥିଲେ। ତାଙ୍କୁ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍ ମିଳିଥିଲା।



