ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କୋଭିଡ-୧୯ ଟୀକା ପାଇଁ ପୁନର୍ବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ

ବାସ୍ତବବ୍ୟୁରୋ :ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,କୋଭିଡ-୧୯ ଟୀକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି | ରାଜ୍ୟରେ ଟିକାର ଅଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ଡା.ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ରାଜ୍ୟକୁ ଏବେ ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍‌ ଟିକା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ତା’ ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍‌ କୋଭିସିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍‌ ଟିକା । ବର୍ତ୍ତମାନ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରମାନଙ୍କରେ କୌଣସି କୋଭିସିଲ୍ଡ ଟିକା ନ ଥିବା ବେଳେ ୧ ଲକ୍ଷ ୭୪ ହଜାର ୪ ଡୋଜ୍‌ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍‌ କୋଭାସ୍କିନ ଟିକା ଅଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗ୍ୟାଙ୍ଗଷ୍ଟର ହାଇଦର ତେଲେଙ୍ଗାନା ପୁଲିସର ସହାୟତାରେ ଗିରଫ...

Thu Apr 15 , 2021
ବାସ୍ତବବ୍ୟୁରୋ :ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଗିରଫ କରିଛି ଓଡ଼ିଶା ପୁଲିସ ।କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ପୋଲିସ ଗିରଫ କରିଛି ହାଇଦର କୁ । ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ହାଇଦର,ଏପ୍ରିଲ ୧୦ ତାରିଖରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନିଶା ଖୁଆଇ ,କଟକ ଏସସିବିରୁ ଗ୍ୟାଙ୍ଗଷ୍ଟର ଫେରାର ହୋଇଯାଇଥିଲା | […]

You May Like

Pin It on Pinterest