ବାସ୍ତବବ୍ୟୁରୋ :ଭୁବନେଶ୍ୱର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ।ସାଂସଦ ସପ୍ତଗିରି ଉଳାକା ଟ୍ୱିଟ କରି ସୂଚନା ଦେଇଛନ୍ତିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି ।

ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରଞ୍ଜନ ସୁସ୍ଥ ଥିବା ବିଷୟରେ ଜଣାଇଛନ୍ତି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି । ହୃଦ ଜନିତ ରୋଗରେ ପୀଡ଼ିତ ହୋଇ ପିସିସି ସଭାପତି ଅସୁସ୍ଥ ହୋଇପଡିଥିଲେ ।