ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪୭୬୧ କରୋନା ସଂକ୍ରମିତ ଚିହ୍ନଟ…

ବାସ୍ତବବ୍ୟୁରୋ:ଭୁବନେଶ୍ବର ୨୦।୦୪ : ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪୭୬୧ କରୋନା ସଂକ୍ରମିତ ଚିହ୍ନଟ |ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସରକାରଙ୍କ ସବୁପ୍ରକାର ପ୍ରଚେଷ୍ଟା ସତ୍ୱ କୁଳ ଲଂଘୁଛି କରୋନା | ଏବେ ସୁଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି ।

ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ଜଣ, ବାଲେଶ୍ୱର ୮୪ଜଣ, ବରଗଡ଼ ୧୯୮ଜଣ, ଭଦ୍ରକ ୬୩ଜଣ, ବଲାଙ୍ଗୀର ୩୨୨ଜଣ, ବୌଦ୍ଧ ୨୩ଜଣ, କଟକ ୧୭୬ଜଣ, ଦେଓଗଡ଼ ୩୧ଜଣ, ଢେଙ୍କାନାଳ ୬ଜଣ, ଗଜପତି ୩୧ଜଣ, ଗଞ୍ଜାମ ୪୯ଜଣ, ଜଗତସିଂହପୁର ୨୨ଜଣ, ଯାଜପୁର ଜିଲ୍ଲାରୁ ୮୬ଜଣ ଥିବାବେଳେ , ଝାରସୁଗୁଡ଼ା ୨୩୪ଜଣ, କଳାହାଣ୍ଡି ୧୬୭ଜଣ, କନ୍ଧମାଳ ୨୫ଜଣ, କେନ୍ଦ୍ରାପଡ଼ା ୫୦ ଜଣ ,କେନ୍ଦୁଝର ୧୦୩ଜଣ, ଖୋର୍ଦ୍ଧା ୮୨୦ଜଣ, କୋରାପୁଟ ୩୧ଜଣ, ମାଲକାନଗିରି ୬ଜଣ, ମୟୁରଭଞ୍ଜ ୮୬ଜଣ, ନବରଙ୍ଗପୁର ୧୫୪ଜଣ, ନୟାଗଡ଼ ୬୩ଜଣ, ନୂଆପଡ଼ା ୫୩୪ଜଣ, ପୁରୀ ୧୯୩ଜଣ, ରାୟଗଡ଼ା ୬୦ଜଣ, ସମ୍ବଲପୁର ୧୮୩ଜଣ, ସୋନପୁର ୪୭ଜଣ, ସୁନ୍ଦରଗଡ଼ ୬୭୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୬୦ଜଣ ସଂକ୍ରମିତ ରହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖୋଲା ବଜାରରେ ମିଳିବ କରୋନା ଟିକା ଜଣାନ୍ତୁ କିପରି ପାଇବେ, ଏହାର ମୂଲ୍ୟ କେତେ...

Tue Apr 20 , 2021
ବାସ୍ତବବ୍ୟୁରୋ:ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟୀକାକରଣ ଘୋଷଣା କରିଛନ୍ତି। ଏହି ଅବଧିରେ, ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟୀକାକରଣ କରିବାକୁ ସମର୍ଥ ହେବେ | ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ମଧ୍ୟରେ ସରକାର ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଖୋଲା ବଜାରରେ ଟିକା ବିକ୍ରିକୁ ଅନୁମୋଦନ କରିଛନ୍ତି। ମୂଲ୍ୟ ପୂର୍ବରୁ ସ୍ଥିର କରାଯିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ମଧ୍ୟ କ୍ରୟ କରିବାର […]

You May Like

Pin It on Pinterest