ବାସ୍ତବବ୍ୟୁରୋ: କରୋନା ସାରା ଦେଶକୁ କବଳିତ କରିବାରେ ଲାଗିଛି ,ନେତା ,ଅଭିନେତା ବା ସାଧାରଣ ଜନତା ସମସ୍ତେ ଆତଙ୍କିତ | ଘରୁ ପଦାକୁ ଗୋଡ କାଢ଼ିବାକୁ ଡର,ଏବେ କଂଗ୍ରେସର ବରିଷ୍ଠ ବିଧାୟକ,ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଆରଟିପିସିଆର ରିପୋର୍ଟରେ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । କରୋନା ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।



