ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୫୦୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୫୧୩୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ସପ୍ତାହ ଶେଷ ହେବାର ସମୟ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ ଜେନାଙ୍କ ସ୍ପଷ୍ଟୀକରଣ ଜାରି ହୋଇଛି।ଏହା ସ୍ପଷ୍ଟ ହୋଇଛି ଯେ ଶୁକ୍ରବାର ରାତିର କର୍ଫ୍ୟୁ ପରେ ଶନିବାର ସକାଳ ୫ଟା ପରେ ସପ୍ତାହନ୍ତ ସଟଡାଉନ ଆରମ୍ଭ ହେଉଛି ଏବଂ ତା’ପରେ ଶନିବାର ଠାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ରହିବ ।
ଜୁନ୍ ମାସରେ ନିଆଯିବ + 2 ପରୀକ୍ଷା ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନରେ ସ୍ଥିତି ସୁଧୁରିଲେ ପରୀକ୍ଷା ନିଷ୍ପତି ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଆସନ୍ତା ୨୪ ତାରିଖ ସକାଳ ତଥା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମେ ପହିଲାରୁ ଟିକା ନେବା ପାଇଁ ଯୋଗ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ହିତାଧିକାରୀ ଶନିବାରଠାରୁ ‘କୋଓ୍ଵିନ୍ ପ୍ଲାଟ୍ଫର୍ମ’ରେ ନାମ ପଞ୍ଜିକରଣ କରିପାରିବେ ବୋଲି ଗୁରୁବାର ଦିନ ‘ନ୍ୟାସ୍ନାଲ୍ ହେଲ୍ଥ୍ ଅଥରିଟି’ର (ଏନ୍ଏଚ୍ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍. ଏସ୍. ଶର୍ମା କହିଛନ୍ତି।
କୋଭିଡ୍-୧୯ ରେ ଆକ୍ରାନ୍ତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଡକ୍ଟର ଏ. କେ. ଓ୍ଵାଲିଆଙ୍କର ୭୨ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି।
‘ନାସା’ର ୬ଚକିଆ ରୋବର୍ଟ ‘ପର୍ସୁଭିୟରନ୍ସ୍’ ପ୍ରଥମ କରି ମଙ୍ଗଳ ଗ୍ରହ ବାୟୁମଣ୍ଡଳର କିଛି ‘କାର୍ବନ୍ ଡାଇଅକ୍ସାଇଡ୍’କୁ ଅମ୍ଳଜାନରେ ପରିଣତ କରିଛି।



