ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ …

Photo:social media

ଦୁଇଦିନ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲୁକି, ଆସିଛିକି ଟ୍ରିପିଲ ମ୍ୟୁଟାଣ୍ଟ ? ଆଜି ଏହାର ଉତ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ,ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ସେ ଆହୁରିମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଟ୍ରିପିଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁଶୀଘ୍ର ବ୍ୟାପୁଛି। ଏହି ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି ।

ଦୁଇଟି ଡୋଜ ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା କରାଯାଏ.ତେଣୁ ୨ୟ ଡୋଜ ନିଅନ୍ତୁ। ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ । ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ, ଟିକା ଉତ୍ପାଦନ ସଂସ୍ଥା ଠାରୁ ଟୀକା କିଣିବେ।ଓଡ଼ିଶାରେଏବେ ସୁଧା ୫୪ ଲକ୍ଷ ଡୋଜ ଟୀକା କାରଣ କରାଯାଇଛି |ସାରା ଦେଶରେ ୧୩କୋଟିରୁ ଅଧିକ ଟିକା ଦିଆ ସରିଛି। ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି। ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ। ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଉ- ଧର୍ମେନ୍ଦ୍ର ପ୍ରଧାନ

Fri Apr 23 , 2021
ବାସ୍ତବବ୍ୟୁରୋ:ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଉ , ଏକତା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ରାଜ୍ୟରେ କରୋନା ପରିସ୍ଥିତି ଅଣାୟତ୍ତ ହେବାର ଲାଗିଛି, ଦିକୁ ଦିନ ବଢ଼ି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା | ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ସଂକ୍ରମଣ ଗ୍ରାଫ।ତେଣୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ସମ୍ପର୍କରେ ସେ […]

You May Like

Pin It on Pinterest