ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ) : ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି।

ସୂଚନା ଅନୁସାରେ, ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସେନା ସହ ମୁହାଁମୁହିଁ ହୋଇଥିଲା। ଚୀନ ସୈନିକ ମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉଭୟ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ। ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ଏହା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବ୍ରିଗେଡିୟର ସ୍ତରର ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଜିର ଖାସ୍ ଖବର

Fri Sep 13 , 2019
୧-ଢେଙ୍କାନାଳ:ସଲାମ ଶିକ୍ଷୟିତ୍ରୀ:ଭରାନଦୀ ପାର ହୋଇ ବିନୋଦୀନି ସାମଲ ଯାଉଛନ୍ତି ରଥିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ। ୨-ପିଏମ କିଷାନ ମାନଧନ ଯୋଜନା ଆରମ୍ଭ।୧୮ରୁ ୪୦ବର୍ଷ ବୟସ୍କ ଚାଷୀ ହେବେ ସାମିଲ।୫୫ଟଙ୍କାରୁ ୨୦୦ଟଙ୍କା ଭିତରେ କରିବେ ଯୋଗଦାନ।୬୦ବର୍ଷ ପରେ ମାସକୁ ପାଇବେ ୩୦୦୦ଟଙ୍କା ପେନସନ। ୩-ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର, ଇସ୍ରୋ ସହଭାଗିତାରେ ଗ୍ରହ ଓ ଉପଗ୍ରହ ଜନିତ ପ୍ରଦର୍ଶନୀ କକ୍ଷ ହେବ ନିର୍ମାଣ। ୪-୧୬ ରୁ ୨୮ ଯାଏଁ ସ୍କୁଲ,ବ୍ଲକ […]

You May Like

Pin It on Pinterest