ଅଜିର ଖାସ୍ ଖବର

୧-ଢେଙ୍କାନାଳ:ସଲାମ ଶିକ୍ଷୟିତ୍ରୀ:ଭରାନଦୀ ପାର ହୋଇ ବିନୋଦୀନି ସାମଲ ଯାଉଛନ୍ତି ରଥିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ।

୨-ପିଏମ କିଷାନ ମାନଧନ ଯୋଜନା ଆରମ୍ଭ।୧୮ରୁ ୪୦ବର୍ଷ ବୟସ୍କ ଚାଷୀ ହେବେ ସାମିଲ।୫୫ଟଙ୍କାରୁ ୨୦୦ଟଙ୍କା ଭିତରେ କରିବେ ଯୋଗଦାନ।୬୦ବର୍ଷ ପରେ ମାସକୁ ପାଇବେ ୩୦୦୦ଟଙ୍କା ପେନସନ।

୩-ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର, ଇସ୍ରୋ ସହଭାଗିତାରେ ଗ୍ରହ ଓ ଉପଗ୍ରହ ଜନିତ ପ୍ରଦର୍ଶନୀ କକ୍ଷ ହେବ ନିର୍ମାଣ।

୪-୧୬ ରୁ ୨୮ ଯାଏଁ ସ୍କୁଲ,ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ଅହିଂସା ପ୍ରତିଯୋଗିତା, ବିଧାନସଭାରେ ପ୍ରସ୍ତାବ ପାରିତ ପରେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି।

୫-ବ୍ୟାନ୍ ସତ୍ଵେ ରାଜ୍ୟରେ ଖୁଲମଖୁଲା ଗୁଟଖା ବିକ୍ରି, ଯାଞ୍ଚ କରିବେ ଏଡିଜି।

୬-ବାଲେଶ୍ଵର:ଟଏଲେଟ୍‌ରେ ପିଲା, ସ୍କୁଲ ଗେଟ୍‌ରେ ତାଲା ; ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସସ୍‌ପେଣ୍ଡ।

୭-ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି : ସାମିଲ ହେଲେ ନେତା, ପ୍ରଶାସକ ଓ ସାମ୍ବାଦିକ।

୮-‘ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି’ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

୯-୨୦୨୦ରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ରେଳ ସେବା ।

୧୦-ସମ୍ବଲପୁର IIMର ହେବ ନିଜସ୍ୱ କ୍ୟାମ୍ପସ୍‌, NBCC ସହ ଆଇଆଇଏମ୍‌ ସମ୍ବଲପୁରର ଚୁକ୍ତି ସ୍ୱାକ୍ଷରିତ।

୧୧-ମୋଦୀ ସରକାର ଉଠାଇବାକୁ ଯାଉଛନ୍ତି ବଡ଼ ପଦକ୍ଷେପ, ଦୀପାବଳୀ ଠାରୁ ୧୦ ଲକ୍ଷ
ଅନିୟମିତ କର୍ମଚାରୀଙ୍କ ଦରମା ହେବ ଦୁଇ ଗୁଣ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ରାଶିଫଳ

Fri Sep 13 , 2019
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର୍ଯ୍ୟଭାର ବଢ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ […]

You May Like

Pin It on Pinterest