ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁ ରାଜ୍ୟରେ, ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।ହେଲେ ତାପମାତ୍ରା ଉପରେ ଏହାର ତତ୍କ୍ଷଣାତ୍ ପ୍ରଭାବ ପଡ଼ିବ ନାହିଁ। ୨ ତାରିଖରୁ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ କମ୍ ରହିବ ।ପାଣିପାଗ ବିଭାଗ କାହିବାନୁଯାଇ, ଆଜି ଯେଉଁଭଳି ତାପମାତ୍ରା ଥିଲା, ଆସନ୍ତା ଦୁଇଦିନ ପ୍ରାୟତଃ ସେଇଭଳି ସ୍ଥିତି ରହିବ ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ।
ପାଣିପାଗ ବିଭାଗ ତଥ୍ୟ ଅନୁସାରେ ,ଶୁକ୍ରବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କୋରାପୁଟ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ,କେତେକ ଜାଗାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା, ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ଦିନ କାଳବୈଶାଖୀ ବର୍ଷା କିଛି ଜାଗାରେ ହେବା ସମ୍ଭାବନା ଅଛି । ବର୍ଷା ହେଲେ ତାତି ପ୍ରକୋପରୁ ତ୍ରାହୀ ମିଳିବ ।


