ମେ ୩ରୁ ୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବଜାର ବନ୍ଦ…

ବାସ୍ତବବ୍ୟୁରୋ:( ଭୁବନେଶ୍ଵର) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସମସ୍ତଙ୍କ ମୁହଁରୁ ହସ ଲିଭି ଯାଇଛି | ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି । ଲୋକଙ୍କ ମନରେ ନାହିଁ ନଥିବା ଡର ବସାବାନ୍ଧିଛି ।ଏହି ପରିସ୍ଥିତିରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି, ରାଜ୍ୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତିକି ମେ ୩ରୁ ୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ।ରାଜ୍ୟ ସରକାରଙ୍କୁ ମହାସଂଘ ଏହି ସଂପର୍କରେ ଅବଗତ କରାଇଥିବା ସୂଚନା ଦିଆଯାଇଛି।

ଏଥିସହ ସିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତିକି, ଆସନ୍ତା ୩ ତାରିଖରୁ କଟକର ସମସ୍ତ ଦୋକାନ ବଜାର ଅପରାହ୍ନ ୨ ଟା ଯାଏଁ ଖୋଲାରହିବ ବୋଲି ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ନିଷ୍ପତ୍ତିନିଆଯାଇଛି । ପ୍ରଶାସନ ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି ।ଔଷଧ ଦୋକାନ ଖୋଲା ରହିବ। ମାଲ ଗୋଦାମରେ ଲୋଡିଂ ଏବଂ ଅନଲୋଡିଂ ଉପରେ କୌଣସି କଟକଣା ନାହିଁ। ଅନଲାଇନରେ ଫୁଡ୍ ଡେଲିଭରି ମଧ୍ୟ ହୋଇପାରିବ ବୋଲି କହିଛନ୍ତି ସିଏମସି କମିସନର। ଏଥି ସହିତ ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ କରୋନା ଗ୍ରାଫ୍ ହେଇଛି ଉପରମୁହାଁ ଗତ ୨୪ ଘଂଟାରେ ୧୦ ହଜାର ୪୧୩ ସଂକ୍ରମିତ ଚିହ୍ନଟ...

Sat May 1 , 2021
ବାସ୍ତବବ୍ୟୁରୋ:( ଭୁବନେଶ୍ଵର) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ, ମେ ମାସ ଆରମ୍ଭରୁ ସମସ୍ତଙ୍କୁ ଛାନିଆ କରିଛି । ରାଜ୍ୟରେ କରୋନା ଗ୍ରାଫ୍ ହୋଇଛି ଉପରମୁହାଁ । ଗତ ୨୪ ଘଂଟାରେ ୧୦ ହଜାର ୪୧୩ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୫୨୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାର ସୂଚନା । ସର୍ବାଧତ୍କ ୧୭୯୬ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ,ସୁନ୍ଦରଗଡ଼ରୁ ୧୧୦୦ ଜଣ ଓ […]

You May Like

Pin It on Pinterest