ବାସ୍ତବବ୍ୟୁରୋ:ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିବା ପରେ ଗତ ଦୁଇ ଦିନ ହେବ ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ରବିବାର ଦିନ ଭାରତରେ ପ୍ରାୟ ୩ ଲକ୍ଷ ୭୦ ହଜାର ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩ ହଜାର ୪୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନା ଯୋଗୁଁ ସମୁଦାୟ ୨ ଲକ୍ଷ ୧୮ ହଜାର ୯୪୫ ଲୋକ ପ୍ରାଣ ହରାଇଛନ୍ତି |
ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୬୯ ହଜାର ୯୪୨ ନୂତନ ମାମଲା ଆସିବା ପରେ ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ୧ କୋଟି ୯୯ ଲକ୍ଷ ୧୯ ହଜାର ୭୧୫ କୁ ବୃଦ୍ଧି ପାଇଛି।ଏହି ସମୟରେ ଦେଶରେ ସକ୍ରିୟ ମାମଲା ୩୪ ଲକ୍ଷ ୧୦ ହଜାର ୪୨୬ ରେ ପହଞ୍ଚିଛି।
ଦେଶର କରୋନା ମହାମାରୀ ସଙ୍କଟରେ ଟିକିଏ ଆଶ୍ଵସ୍ଥ ହେଉଛିଯେ,ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨ ଲକ୍ଷ ୯୯ ହଜାର ୮୦୦ ଲୋକ ସୁସ୍ଥ ହୋଇଛନ୍ତି।
ମହାରାଷ୍ଟ୍ରରେ ଦୈନିକ ମାମଲାରେ ହ୍ରାସ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୫୬,୦୦୦ ୬୪୭ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିଲା ବେଳେ ୬୬୯ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ୬ ଲକ୍ଷ ୬୮ହଜାର ୩୫୩ ସକ୍ରିୟ ମାମଲା ଅଛି | ଏହି ସମୟ ମଧ୍ୟରେ ୫୧ ହଜାର ୩୫୬ ଲୋକ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି |
ରାଜଧାନୀ ଦିଲ୍ଲୀରେ କରୋନା ମାମଲାରେ ନୂଆ ଘଟଣା ଘଟିଛି, ଗତ ୨୪ ଘଂଟାରେ ୨୦ ହଜାର ୩୯୪ ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଦିଲ୍ଲୀରେ ଗତ ଗୋଟିଏ ଦିନ ମଧ୍ୟରେ କରୋନା ୪୦୭ ଜଣଙ୍କର ଜୀବନ ନେଇଛି |