ରେଳବାଇକୁ ଯାତ୍ରୀ ସଙ୍କଟ, ଆଉ ୪ଟି ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ….

ବାସ୍ତବବ୍ୟୁରୋ: ( ଭୁବନେଶ୍ୱର) ରେଳବାଇକୁ ଯାତ୍ରୀ ସଙ୍କଟ, ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ କ୍ରମାଗତ ଭାବେ ଟ୍ରେନ ବାତିଲ କରାଯାଉଥିବାବେଳେ,ଏବେ ଆଉ ୪ଟି ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ ହୋଇଛି।ସେଗୁଡିକ ହେଲା ଭୁବନେଶ୍ବର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍‌ ମେ’ ୮ରୁ ୨୨ ପର୍ଯ୍ୟନ୍ତ, ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ମେ’ ୯ରୁ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଲ ଦୈନିକ ସ୍ବତନ୍ତ୍ର ଟ୍ରେନ ମେ’ ୭ରୁ ୨୧ ଏବଂ କିରାଣ୍ଡୁଲ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ମେ’ ୮ରୁ ୨୨ ତାରିଖ ଯାଏ ବାତିଲ ହୋଇଛି ।

ଏଥିସହ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି ଯେ,ରାଜ୍ୟ ରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ହେଉଥିବାରୁ ଆସନ୍ତା ଦୁଇ ସପ୍ତାହ ଲାଗି ୧୧ ଯୋଡ଼ା ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌ କରିବାକୁ ନିଷ୍ପତ୍ତି ନିଆ ଯାଇଛି । ମେ’ ୮, ୯, ୧୫ ଓ ୧୬ରେ ୨୨ଟି ଟ୍ରେନ୍‌ ବାତିଲ୍‌ ହେବ ।ଏହି ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝର-ଭୁବନେଶ୍ବର, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ଭୁବନେଶ୍ବର-ପଲାସା-ଭୁବନେଶ୍ବର, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌,ଏବଂ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍‌ ଭୁବନେଶ୍ୱରରୁ ମେ’ ୮, ୯, ୧୫ ଓ ୧୬ ଏବଂ ବାଙ୍ଗିରିପୋଷିରୁ ୯, ୧୦, ୧୧, ୧୭ରେ ବାତିଲ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ରକ୍ତ ଦାନ ମହତ ଦାନ"ରକ୍ତଦାନକୁ ନେଇ ନୂଆ ନିୟମାବଳୀ ଜାରି...

Fri May 7 , 2021
ବାସ୍ତବବ୍ୟୁରୋ: “ରକ୍ତ ଦାନ ମହତ ଦାନ” ଏହି ମତରେ ଦୁନିଆର ବହୁ ସ୍ବେଚ୍ଛାସେବୀ,ସ୍ବେଚ୍ଛାକୃତ ରକ୍ତଦାନ ଅଭି‌ଯାନରେ ସାମିଲ ହୁଅନ୍ତି ଏବଂ ରକ୍ତଦାନ କରି ବହୁମୂଲ୍ୟ ଜୀବନ ବଂଚାଇବାରେ ସହାୟକ ହୁଅନ୍ତି | ହେଲେ କରୋନା କାଳରେ ଏ ନେଇ ଦ୍ୱନ୍ଦ ଉପୁଜିଥିଲା Iପୂର୍ବରୁ ଯେଉଁ ଆଶଙ୍କାରେ ଟିକାକରଣ ଓ ରକ୍ତଦାନକୁ ନେଇ ନିୟମାବଳୀ ଜାରି କରାଯାଇଥିଲା, ବିଶେଷଜ୍ଞମାନଙ୍କ ସମୀକ୍ଷା ପରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଜାରି ହୋଇଛି […]

You May Like

Pin It on Pinterest