“ରକ୍ତ ଦାନ ମହତ ଦାନ”ରକ୍ତଦାନକୁ ନେଇ ନୂଆ ନିୟମାବଳୀ ଜାରି…

Photo: social media

ବାସ୍ତବବ୍ୟୁରୋ: “ରକ୍ତ ଦାନ ମହତ ଦାନ” ଏହି ମତରେ ଦୁନିଆର ବହୁ ସ୍ବେଚ୍ଛାସେବୀ,ସ୍ବେଚ୍ଛାକୃତ ରକ୍ତଦାନ ଅଭି‌ଯାନରେ ସାମିଲ ହୁଅନ୍ତି ଏବଂ ରକ୍ତଦାନ କରି ବହୁମୂଲ୍ୟ ଜୀବନ ବଂଚାଇବାରେ ସହାୟକ ହୁଅନ୍ତି | ହେଲେ କରୋନା କାଳରେ ଏ ନେଇ ଦ୍ୱନ୍ଦ ଉପୁଜିଥିଲା Iପୂର୍ବରୁ ଯେଉଁ ଆଶଙ୍କାରେ ଟିକାକରଣ ଓ ରକ୍ତଦାନକୁ ନେଇ ନିୟମାବଳୀ ଜାରି କରାଯାଇଥିଲା, ବିଶେଷଜ୍ଞମାନଙ୍କ ସମୀକ୍ଷା ପରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଜାରି ହୋଇଛି ନୂଆ ଗାଇଡ୍‌ଲାଇନ୍‌। ଏବେ କରୋନା ‌ଟିକାର ଯେ କୌଣସି ଡୋଜ୍ ନେଇଥିବା ବ୍ୟକ୍ତି ୧୪ ଦିନ ପରେ କରିପାରିବେ ରକ୍ତଦାନ । ଏହି ନୂଆ ନିୟମ ଦ୍ବାରା ସମଗ୍ର ଦେଶରେ ରକ୍ତଦାନ ଅଭିଯାନ ଆଉ ବିଶେଷ ପ୍ରଭାବିତ ହେବ ନାହିଁ ।

ଏସ୍‌ସିବି ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଏସ୍‌ସିବି ରକ୍ତଭଣ୍ଡାର ଅଧିକାରୀ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ା କହିଛନ୍ତି ଯେ ଆଇସିଏମ୍‌ଆର ପକ୍ଷରୁ ଏଭଳି ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ ରକ୍ତଦାନ କ୍ଷେତ୍ରରେ ପୁଣି ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଡାକ୍ତର ପରିଡ଼ାଙ୍କ କହିବା ଅନୁସାରେ ପୂର୍ବରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଜଣେ ପ୍ରଥମ ଡୋଜ୍ ଟିକା ଓ ୨ୟ ଡୋଜ୍‌ ଟିକା ନେବା ଭିତରେ ରକ୍ତଦାନ କରିବା ବାରଣ ଥିଲା। ଏମିତିକି ଦ୍ବିତୀୟ ଡୋଜ୍ ନେବାର ୨୮ ଦିନ ପରେ ଜଣେ ଯାଇ ରକ୍ତଦାନ କରି ପାରିବ ବୋଲି କୁହାଯାଇଥିଲା। ଏଭଳି ପ୍ରକ୍ରିୟାରେ ପ୍ରଥମ ଡୋଜ ନେବାର ପାଖାପାଖି ୨ରୁ ୩ ମାସ ପର୍ଯ୍ୟନ୍ତ ଜଣେ ରକ୍ତଦାତା ରକ୍ତଦାନ କରିବା ଉପରେ ଅଙ୍କୁଶ ଥିଲା। କିନ୍ତୁ ବିଶେଷଜ୍ଞ ମାନଙ୍କ ସମୀକ୍ଷା ପରେ ଏବେ ପ୍ରଥମ ଡୋଜ୍ ନେବାର ୧୪ ଦିନ ପରେ ଜଣେ ରକ୍ତଦାନ କରିପାରିବେ। ସେହିଭଳି ଦ୍ବିତୀୟ ଡୋଜ୍ ଯେଉଁମାନେ ନେଇଥିବେ ସେମାନେ ବି ଟିକା ନେବାର ୧୪ ଦିନ ପରେ ରକ୍ତଦାନ କରିପାରିବେ। ଏହା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ ବିଶେଷ ପ୍ରଭାବିତ ହେବ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର...

Fri May 7 , 2021
ବାସ୍ତବବ୍ୟୁରୋ:ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । […]

You May Like

Pin It on Pinterest