ପୂର୍ବତଟ ରେଳବାଇର ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ରେ ପ୍ଲାଷ୍ଟିକ ପ୍ରଦୂଷଣ ସମ୍ଭନ୍ଧରେ ଆଲୋଚନାଚକ୍ର

ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ପୂର୍ବତଟ ରେଳପଥ ର ଗୁରୁତ୍ୱାରୋପ – ପ୍ଲାଷ୍ଟିକ ପ୍ରଦୂଷଣ ସମ୍ବନ୍ଧରେ ଆଲୋଚନାଚକ୍ର

ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି I ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର, ଟ୍ରେନ, ରେଳବାଇ କଲୋନୀ ଏବଂ ରେଳବାଇ କାର୍ଯ୍ୟାଳୟ ଗୁଡିକ ସହିତ ଅନ୍ୟାନ ରେଳବାଇ କାର୍ଯ୍ୟଶାଳା ଅଞ୍ଚଳ ମାନଙ୍କରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବା ସହିତ ରେଳଯାତ୍ରୀ, ଭେଣ୍ଡର, ରେଳବାଇ କାର୍ମଚାରୀ, ରେଳବ୍ୟବହାରକାରୀ ମାନେ ଯେପରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବେ ସେଥିପ୍ରତି ଉତ୍ସାହିତ କରିବାକୁ ବ୍ୟାପକ ପଦକ୍ଷେପ ନେବପ୍ରତି ଗୁରୁତ୍ୱାରୋପ କରିଥିଲେ I ପ୍ୟାକେଜିଙ୍ଗ ଗୁଡିକରେ ବ୍ୟବହୃତ ବହୁମାତ୍ରାର ପ୍ଲାଷ୍ଟିକ ବ୍ୟବହାର ସମ୍ବନ୍ଧରେ ପୁନଃବିଚାର ଏବଂ ପରିକଳ୍ପନା ର ଆବଶ୍ୟକତା ଅଛି I

ଏହି ଅବସରେ ଯୋଗଦାନ କରି ଓଡିଶା ପରିବେଶ ସମାଜର ସମ୍ପାଦକ ତଥା ଓଡିଶା ବିଜ୍ଞାନ ଓ ପରିବେଶ କଂଗ୍ରେସର ଆବାହକ ଡ଼. ଜୟକୃଷ୍ଣ ପଣିଗ୍ରାହୀ କହିଲେ ଯେ ଯେହେତୁ ପ୍ଲାଷ୍ଟିକ ଦ୍ରବ୍ୟ ପରିବେଶକୁ ପ୍ରଭାବିତ କରୁଛି ଏବଂ ଏହା ଆଦୌ ଅଧଃପତିତ ହୁଏନାହିଁ, ଏହାକୁ ପୁନଃସ୍ଚକ୍ର କରିବା କଠିନ ଅଟେ ଓ ଏହା ମଣିଷ ଶରିରପ୍ରତି ମଧ୍ୟ କ୍ଷତିକାରକ ତେଣୁ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରବର୍ତ୍ତାଇବାପାଇଁ ପଦକ୍ଷେପ ନିଆଯିବ ଦରକାର ଯାହା ଦ୍ୱାରା ପ୍ଲାଷ୍ଟିକ ର ଉପଯୋଗ କାମ ହେବ ସହିତ ଧୀରେ ଧୀରେ ଆମ ରାଷ୍ଟ୍ର ପ୍ଲାଷ୍ଟିକ ମୁକ୍ତ ହୋଇପାରିବ I ପୂର୍ବତଟ ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଏହି ଅବସରରେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱର ରେଳଷ୍ଟେସନର ନୂଆ ରୂପରେଖ....ରେଳବାଇ ଓ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷର

Thu Sep 19 , 2019
ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ I ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି I ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ […]

You May Like

Pin It on Pinterest