ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

ବାସ୍ତବବ୍ୟୁରୋ:ଗତ ସୋମବାର ସନ୍ଧ୍ୟା ୬ଟା ୪୫ମିନିଟରେ,ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ବାମୀ ଗୋପୀନାଥ ମହାନ୍ତି । ସେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଂଗ ଗାଁରେ ୧୯୪୮ ମସିହା ଫେବୃଆରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ସେ ଗତ ଅପ୍ରେଲ ୨୮ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅବସର ପରେ ଶ୍ରୀ ମହାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପ୍ରତିଷ୍ଠା କରି ଜଗନ୍ନାଥ ମହିମା ପ୍ରଚାର କରି ଆସୁଥିଲେ । ଏଥିସହ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ କରି ସାହିତ୍ୟର ପ୍ରଚାର ଓ ଗବେଷଣାରେ ନିୟୋଜିତ ଥିଲେ ।ଶ୍ରୀ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Tue May 11 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୪୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୮୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା […]

You May Like

Pin It on Pinterest