୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର ।ଆଜି ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଏହି ଷୋହଳଟି ଜିଲ୍ଲା ଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର|ସବୁ ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖା ଆରଟିପିସିଆର୍ ଟେଷ୍ଟ ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଵାସହ ,ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି, ଏହି ପରୀକ୍ଷାଗାର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ ଓ ତିନି ଜଣ ଲ୍ୟାବ ଟେକ୍ନସିଆନଙ୍କୁ ନିୟୋଜିତ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଡିଆସୁଛି ଆଉ ଏକ ମହାବିପଦ ଆସନ୍ତା ୧୬ ତାରିଖରେ ହୋଇପାରେ ମହାବାତ୍ୟା 'ତଉକତେ'

Tue May 11 , 2021
ବାସ୍ତବବ୍ୟୁରୋ:କାରନାର ଭୟ ପ୍ରତିଟି ମୁହୁର୍ତରେ ଦେଶବାସୀଙ୍କ ଭୟଭୀତ କରୁଥିବା ବେଳେ, ମାଡିଆସୁଛି ଆଉ ଏକ ମହାବିପଦ |ହୋଇପାରେ ମହାବାତ୍ୟା । ଏ ବର୍ଷର ପ୍ରଥମ ବାତ୍ୟା ,ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ତାରିଖ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ […]

You May Like

Pin It on Pinterest