ବାସ୍ତବବ୍ୟୁରୋ:କାରନାର ଭୟ ପ୍ରତିଟି ମୁହୁର୍ତରେ ଦେଶବାସୀଙ୍କ ଭୟଭୀତ କରୁଥିବା ବେଳେ, ମାଡିଆସୁଛି ଆଉ ଏକ ମହାବିପଦ |ହୋଇପାରେ ମହାବାତ୍ୟା । ଏ ବର୍ଷର ପ୍ରଥମ ବାତ୍ୟା ,ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ତାରିଖ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ମେ ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଭାଗ ।
ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ସାମୁଦ୍ରିକ ଝଡର ପ୍ରଭାବ ଦେଖିବାର ସମ୍ଭାବନା ରହିଛି ।ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହାପରେ ଗଭୀର ଅବପାତର ରୂପ ନେବ|ବାତ୍ୟା ପ୍ରଭାବରେ ଏହି ସବୁ ରାଜ୍ୟଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । କିନ୍ତୁ ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ପଡିବ କି ପଡିବାର ସମ୍ଭବନା ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।
ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଲାକ୍ଷାଦ୍ବୀପରୁ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରିବାର ସମ୍ଭାବନା ରହିଛି । ପରେ ମେ ୧୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତେବେ ମିଆଁମାର ଦେଇଥିବା ନାଁ ଅନୁସାରେ ଏହାର ନାଁ ତଉକତେ ରଖାଯିବ।



