ବାସ୍ତବବ୍ୟୁରୋ:ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ ଅଲ ଜମାତ ଚାନ୍ଦ କମିଟି ଘୋଷଣା କରିଛିକି, ଓଡିଶାରେ ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍’ ପର୍ବ।ସମଗ୍ର ଓଡ଼ିଶାରେ ଶୁକ୍ରବାର ଦିନ ପାଳନ ହେବ ଇଦ୍ ପର୍ବ।ସୂଚନା ଅନୁଯାଇ ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ, ଶୁକ୍ରବାର ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।
କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ କହିଛନ୍ତିକି, ମସଜିଦ୍ରେ କୋଭିଡ୍ କଟକଣା ମଧ୍ୟରେ ନମାଜ ପାଠ ହେବ।ହେଲେ ସମୂହ ନମାଜ ପାଠ କରାଯିବ ନାହିଁ। ଇମାନଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ।
ଭାରତରେ ସାଉଦି ଆରବରେ ଚାନ୍ଦ ଦେଖାଯିବାର ଦ୍ଵିତୀୟ ଦିନ, ଚାନ୍ଦ ଦେଖିବାର ପରମ୍ପରା ରହିଛି। ଏହି ଦୃଷ୍ଟିରୁ ମେ ୧୩ ରେ ସାଉଦି ଆରବରେ ଇଦ ପାଳନ କରାଯାଉଥିବାରୁ । ଭାରତରେ ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ ୧୪ରେ ପବିତ୍ର ଇଦ୍ ପର୍ବ ପାଳନ କରାଯିବ।