ବାସ୍ତବବ୍ୟୁରୋ:(ଭୁବନେଶ୍ବର)କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁଦିଆଯାଇଥିବା ସୂଚନା ଅନୁଯାଇ,ଆଜି ମଧ୍ୟରାତ୍ରରୁ କୋ-ୱିନ୍ ପୋର୍ଟାଲରେ ଦ୍ବିତୀୟ ଅବଧିରେ ପରିବର୍ତ୍ତନ କରାଯିବ |କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘କୋଭିସିଲ୍ଡ’ ଟିକାର ଦ୍ବିତୀୟ ଅବଧି ସମୟକୁ ବୃଦ୍ଧି କରାଯାଇଛି।ଏହା ପୂର୍ବରୁ ୬ ସପ୍ତାହ ବା ୪୨ଦିନ ଥିବା ବେଳେ ଏବେ ଏହାକୁ ୧୨ ସପ୍ତାହ ବା ୮୪ଦିନକୁ ବୃଦ୍ଧି କରାଯାଇଛି। ‘କୋଭିସିଲ୍ଡ’ର ଦ୍ବିତୀୟ ଡୋଜ୍ ଟିକା ନେବାକୁ ଚାହୁଥିବା ବ୍ୟକ୍ତିମାନେ, ୮୪ ଦିନ ପୂର୍ବରୁ ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ ନାହିଁ।
ଏ କଥା ବି ସୂଚିତ କରାଯାଇଛି କି, କୋ-ୱିନ୍ରେ ଯେଉଁମାନେ ଦ୍ବିତୀୟ ଡୋଜ୍ ପାଇଁ ଆବେଦନ କରି ସାରିଛନ୍ତି, ସେମାନଙ୍କୁ ପୁନର୍ବାର ଟିକା ନେବା ପାଇଁ ଆବେଦନ କରିବା ଲାଗି ସୂଚନା ଦିଆଯିବ। ପ୍ରଥମ ଡୋଜର ଟିକା ନେବା ପାଇଁ ଯେଉଁମାନେ କୋ-ୱିନ୍ରେ ଆବେଦନ କରିସାରିଛନ୍ତି, ସେମାନଙ୍କୁ ଟିକା ନେବାର ସୁଯୋଗ ମିଳିବ। ଏ ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ସୂଚନା ଦିଆଯାଇଛିକି, ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ଲୋକମାନଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଉପରେ ଜିଲ୍ଲାସ୍ତରରେ ଗୁରୁଦ୍ବ ଦିଆଯାଉ ।



