ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ୬୩ବର୍ଷ ବୟସରେ ଅମରେନ୍ଦ୍ରଙ୍କ ଦେହାନ୍ତ ହୋଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବ ।
ଆଜି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଯେଉଁ ୮ଟି ଜିଲ୍ଲାରେ ଭ୍ୟାକ୍ସିନେସନ ବନ୍ଦ ରହିବ ସେଗୁଡିକ ହଲା- ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ।
ସମସ୍ତ ସରକାରୀ ତଥା ଘରୋଇ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି ।
କଟକ ଏସସିବି କୋଭିଡ ହସ୍ପିଟାଲରେ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଛଡା ନଯିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଜାଣିନପାରି ପରିବାରବର୍ଗ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।
ଆଜି(ସୋମବାର) ସନ୍ଧ୍ୟା ୫ଟା ୩୦ ମିନିଟରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ ସିଂ ଜରିଆରେ ଭାଗ ନେଇ ପାରିବେ ।
ପଶ୍ଚିମବଙ୍ଗରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ସୋୱାନ ଚାଟାର୍ଜୀଙ୍କ ଘରେ ରେଡ କରିଛି ସିବିଆଇ । ରେଡ୍ ପରେ ଏହି ଚାରିଜଣଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି ।
କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ଅନେକ ସଂଖ୍ୟାରେ ଗଛ ଉପୁଡିପଡିଛି । ଆଜି ଓ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।
ଆଜି ଦକ୍ଷିଣ ଗୁଜରାଟର ରାଜକୋଟରେ ପ୍ରାୟ ଅତି ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ।
ଆଜି ଭୋର ୫ଟାରେ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ ଏବଂ ମନ୍ଦିରର ମୁଖ୍ୟ ପୁରୋହିତ ବାଗେଶ ଲିଙ୍ଗ ଏବଂ ପ୍ରଶାସନର ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ମୁଖ୍ୟ ଦ୍ୱାର ଖୋଲିବା ପରେ ସାଧାରଣ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୬ କୋଟି ୩୭ ଲକ୍ଷ ୮୮୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୯୨ ହଜାର ୭୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୩୩ ଲକ୍ଷ ୭ ହଜାର ୩୦୫ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୦ ଲକ୍ଷ ୩୦୫ ଜଣ ଲୋକ ଅଛନ୍ତି ଅଛନ୍ତି ।
ଦୀର୍ଘ ସମୟ କାମ କରିବା ଯୋଗୁଁ ଆପଣ ନିଜର ମୂଲ୍ୟବାନ ଜୀବନକୁ ହରାଇପାରନ୍ତି ଏବଂ କରୋନା ସଂକଟ ସମୟରେ ସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଇସ୍ରାଏଲ୍-ପାଲେଷ୍ଟାଇନ୍ ହିଂସା ମାମଲାରେ, ଭାରତ ଏହାକୁ ନିନ୍ଦା କରିବା ସହିତ ସୁରକ୍ଷା ପରିଷଦର ବୈଠକରେ ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ତିରୁମୂର୍ତ୍ତି କହିଛନ୍ତି ଯେ, ଉଭୟ ପକ୍ଷ ଯଥାସମ୍ଭବ ଏକତରଫା ପରିବର୍ତ୍ତନ କରିବା ଲାଗି ଅପିଲ କରୁଛି ।
ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ୍ ନାଡାଲ । ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ ପରାସ୍ତ କରିଛନ୍ତି ।



