ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮୪୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୪୩୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୫୬୫୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କୋରୋନା ଡରରେ ଆତ୍ମସମର୍ପଣ କଲେ ୪ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଡାନ୍ତେ ୱାଡ଼ା ଜିଲ୍ଲାରେ ୨ ମହିଳା ମାଓବାଦୀଙ୍କ ସମେତ ୨ ଜଣ ପୁରୁଷ ଜିଲ୍ଲା ପୋଲିସ୍ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରିଛନ୍ତି ।
ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଳକ ହଳଧରବିଂଧା ଗାଁରେ ୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସପ୍ତାହେ ପାଇଁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି ।
ଆଜି ସଂଧ୍ୟା ସାଢେ଼ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।
କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍ଙ୍କ ବାପା ରବିଚନ୍ଦ୍ର ସାଗରଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୧୫ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ ।
ଦାନା ବାନ୍ଧୁଛି ବାତ୍ୟା ୟଶ୍ । ଉତ୍ତର ପୂର୍ବ ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ ଉପକୂଳର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ । ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଘନୀଭୂତ ହୋଇ ୨୪ ତାରିଖକୁ ବାତ୍ୟା ‘ୟଶ୍’ ରୂପ ନେବ । ଯାହାକି ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ।
ଭୁବନେଶ୍ୱର ଝାରପଡ଼ା ଜେଲରେ ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଜେଲରେ ରହିଥିବା ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି ।ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଜଣେ କରୋନା ସଂକ୍ରମିତ କଏଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି । ତେଣୁ କାରାଗାର ପରିସରରେ ଥିବା ଏକ ବ୍ଲକକୁ ତୁରନ୍ତ ବିଶୋଧନ କରଯିବା ସହ ଏହାକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି ।
ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ଏହି ଗୁଳି ବିନିମୟରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗଡଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ତେବେ ଘଟଣାସ୍ଥଳରୁ ୬ଟି ମୃତଦେହ ଜବତ କରାଯାଇଛି ।
“ପ୍ରତିରକ୍ଷା ଏନକ୍ଲେଭ” ନିର୍ମାଣ ପାଇଁ ବାଟ ଫିଟିବ । କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ପ୍ରତିରକ୍ଷା କ୍ଷେତ୍ରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ବୃହତ “ପ୍ରତିରକ୍ଷା ଏନକ୍ଲେଭ୍” (ପ୍ରତିରକ୍ଷା ଟ୍ରାଞ୍ଜିଟ୍) ନିର୍ମାଣ କରାଯିବ । ଉପରାଷ୍ଟ୍ରପତିଙ୍କ ବାସଭବନ ଏବଂ ଏହାର ଆଖପାଖରେ ଥିବା କୋଠାଗୁଡ଼ିକ ଭାଙ୍ଗି ଦିଆଯିବ ।
ପଞ୍ଜାବ ମୋଗାରେ ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ । ବିଳମ୍ୱିତ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ହୋଇଛି । ପାଇଲଟ୍ ଅଭିନବ ଚୈଧୁରୀଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ସମବେଦନା ଜଣାଇବା ସହ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟ କରି ଏହି ସୂଚନା ଦେଇଛି ଭାରତୀୟ ବାୟୁସେନା ।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ‘ଇଜି ଟୁ ଫଲୋ’ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, କରୋନା ବାୟୁରେ ୧୦ ମିଟର ଯାଏଁ ବ୍ୟାପିପାରେ । କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, କୋଭିଡ-୧୯ରେ ପୀଡ଼ିତ ବ୍ୟକ୍ତିର ଛିଙ୍କରେ ବାହାରୁଥିବା ଡ୍ରପଲେଟସ ୨ ମିଟର ନୁହେ, ଏହା ୧୦ ମିଟର ଦୂର ପର୍ଯ୍ୟନ୍ତ ଯାଇପାରେ । ସଂକ୍ରମଣ ରୋକନ୍ତୁ, ମହାମାରୀକୁ ସମାପ୍ତ କରନ୍ତୁ, ଏସଏଆରଏସ୍-କୋଭି-୨ ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ, ସ୍ୱଚ୍ଛତା ରଖିବା ଏବଂ ଶ୍ୱାସକ୍ରିୟା ପାଇଁ ଖୋଲା ସ୍ଥାନର ବ୍ୟବହାର କରନ୍ତୁ ।
ବ୍ଲାକ ଫଙ୍ଗସ୍ କିମ୍ବା ମ୍ୟୁକୋରାମାଇକୋସିସ୍ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପାଞ୍ଚଟି କମ୍ପାନୀକୁ ଅନୁମତି ଦେଇଛନ୍ତି। କେମିକାଲ୍ ଏବଂ ଫର୍ଟିଲାଇଜର କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି ଯେ ଅନେକ ରାଜ୍ୟରେ କେତେକ କରୋନା ରୋଗୀଙ୍କୁ ପ୍ରଭାବିତ କରୁଥିବା ବ୍ଲାକ ଫଙ୍ଗସ ସଂକ୍ରମଣର ଚିକିତ୍ସା ପାଇଁ ଔଷଧର ଅଭାବ ଶୀଘ୍ର ସମାଧାନ ହେବ।
ଫ୍ଲାଇଂ ସ୍ପ୍ରିଣ୍ଟର ତଥା ଦ୍ରୁତ ଧାବକ ମିଲଖା ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ସେ ବର୍ତ୍ତମାନ ଫିଟ୍ ଅଛନ୍ତି ଓ ନିଜ ଘରେ ଆଇସୋଲେସନରେ ଅଛନ୍ତି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୫୮ ଲକ୍ଷ ୩୦ ହଜାର ୫୭୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୪ ଲକ୍ଷ ୪୪ ହଜାର ୨୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୬୫ ଲକ୍ଷ ୧୩ ହଜାର ୪୬୫ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୫୮ ଲକ୍ଷ ୭୨ ହଜାର ୮୫୧ ଜଣ ଲୋକ ସକ୍ରିୟ ଅଛନ୍ତି ।
ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ବିବାଦ ଶେଷରେ ଗୁରୁବାର ଶେଷ ହୋଇଛି । ଅସ୍ତ୍ରବିରତି ନେଇ ଘୋଷଣା କରିଛି ଇସ୍ରାଏଲ । ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜା ଅଞ୍ଚଳରେ ୧୧ ଦିନିଆ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ହାମାସର ଜଣେ ଅଧିକାରୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି ।



