ବାସ୍ତବବ୍ୟୁରୋ:(ପୁରୀ) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାଇ, ଆଜି ରଥଖଳାରୁ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୮ ଜଣଙ୍କୁ ମିଶାଇ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଅଛନ୍ତି |

ରଥଖଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି, ଆଜି ଠାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ କାର୍ଯ୍ୟ ହେଉଛି । ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ଦିଆଯାଇଛି ।



