
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଗତ ୧୪ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇ ୧୯ ପର୍ଯ୍ୟନ୍ତ ତାଣ୍ଡବ ସୃଷ୍ଟି କରିଥିବା ସାମୁଦ୍ରିକ ବାତ୍ୟା କୌତତେ’ ପ୍ରଭାବରେ ମୁମ୍ବାଇ ଠାରୁ ୬୫ କି.ମି ଦୂରରେ ଆରବସାଗରରେ ପଣ୍ୟବାହି ଜାହାଜ (ପି _ ୩୦୫) ବୁଡି ଘଟଣାରେ ମାସୁ ଆସୋସିଏଟ ସଂସ୍ଥାରେ ସୁପରଭାଇଜର ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ଗୋଲଖ ସାହୁଙ୍କର ମୃତ୍ୟୁ ହୋଇଥିଲା । ଗୋଲଖଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ ଏ ସି ଅନ୍ତର୍ଗତ କିସ୍ମତ ଗାଁରେ ।
ପୁଅର ଶବ ନିଜ ଜନ୍ମ ମାଟିକୁ ଆଣିବା ପାଇଁ ପରିବାର ଲୋକେ କୌଣସି କୁଳକିନ୍ନାର ନ ପାଉଥିବା ବେଳେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୃତ ଗୋଲଖଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଥିଲା | ବିଳମ୍ବିତ ରାତ୍ରୀରେ ମର ଶରୀରର କିସ୍ମତ ଗାଁରେ ପହଂଚିବା ପରେ, ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।



