
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି | ସେ କହିଛନ୍ତି ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ । କରୋନା ମହାମାରୀ ଓ ବାତ୍ୟା, ଗତବର୍ଷ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ଆମେ ସାମ୍ନା କରିଥିଲେ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ, ତଥାପି ଆମକୁ ସାବଧାନ ରହିବାକୁ ହେବ । ଏହି ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରଶାସନକୁ ଆପଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ | ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା ।
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ଯିବା ପାଇଁ ନିବେଦନ କରିଛନ୍ତି |ସେ ଆହୁରି ମଧ୍ୟ କହିଛନ୍ତି ଯେ , କରୋନା ପାଇଁ ଆମକୁ ଅଧିକ ସାବଧାନ ରହିବାକୁ ହେବ ।ବାତ୍ୟା ସମୟରେ ଆଶ୍ରୟସ୍ଥଳୀରେ ବା ଘରେ ଦୁଇଟି ମାସ୍କ ପିନ୍ଧନ୍ତୁ,ଏହା ସହିତ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ସାନିଟାଇଜର ବ୍ୟବହାର କରନ୍ତୁ । ସମସ୍ତେ ଦୁଇ ବିପଦ ବିରୋଧରେ ଏକାଠି ଲଢ଼ିବା ଓ ନିଶ୍ଚିତ ଜିତିବା ।