
ବାସ୍ତବବ୍ୟୁରୋ:(ସନ୍ତୋଷ କୁମାର ପାତ୍ର,ନର୍ଲା) ଆଶା କର୍ମୀ ସଂଘ ନର୍ଲା ସଭାପତି ପଙ୍କଜିନି ନାଏକ ଙ୍କ ତତ୍ତ୍ଵବଧାନରେ ଏକ ଅଭିଯୋଗ ପତ୍ର, ନର୍ଲା ବିଡିଓ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି , ପ୍ରକାଶ ଥାଉ କି, ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ସାରା ଓଡ଼ିଶା ରେ କେ଼ାରୋନା ସଂକ୍ରମିତ ଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ସହିତ ଏ, ଏନ୍, ଏମ୍ କର୍ମୀ ମିଶି ୨୪ ତାରିଖ ରୁ ‘ଡୋର୍ ଟୁ ଡୋର୍ ସର୍ଭେ’ ମାଧ୍ୟମରେ କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର ।
ଏହି ଅଭିଯାନ ଅଗଷ୍ଟ ୨୩ ତାରିଖ ଯାଏ କରାଯିବ । ଏହି ସମୟରେ ଲୋକଙ୍କର ଜ୍ୱର ପରୀକ୍ଷା ସହ କୋଭିଡ୍ ରୋଗୀ ଚିହ୍ନଟ, ଘରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଔଷଧ ପ୍ରଦାନ କରିବେ ଅଙ୍ଗନବାଡି ଓ ଆଶା କର୍ମୀ | ହେଲେ ଅଙ୍ଗନୱାଡ଼ି କର୍ମୀ ମାନେ ଆଶା କର୍ମୀ ମାନଙ୍କୁ ସହଯୋଗ କରୁ ନ ଥିବାର ଅଭିଯୋଗ କରିବା ସହ, ଆଶା କର୍ମୀ ସଂଘ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା କିଟ୍ ଯୋଗାଇ ଦେବା ଏବଂ କେ଼ାରୋନା ସଂକ୍ରମଣରେ ମୃତୁ ବରଣ କରିଥିବା ଆଶା କର୍ମୀ ମାନଙ୍କୁ ସରକାର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦିଆଯାଇଅଛି |



