ଚାନ୍ଦବାଲି ରେ ଭୟଭିତ ଅବସ୍ଥାରେ ସମୁଦ୍ର ଓ ନଦୀ କୂଳିଆ ଲୋକମାନେ, ଅଧିକାଂଶ ହୋଇନାହାନ୍ତି ସ୍ଥାନାନ୍ତର

Photo:bastab media

ବାସ୍ତବବ୍ୟୁରୋ:(ଚାନ୍ଦବାଲି)୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ, ବାତ୍ୟା ୟାସ୍ ଅତି ଭୀଷଣକାୟ ରୂପ ଧରି ପହଞ୍ଚିବ। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକରେ ତୁହାକୁ ତୁହା ପ୍ରବଳ ବର୍ଷା ସାଙ୍ଗକୁ ପବନ ର ବେଗ ମଧ୍ୟ ବଢିବିରେ ଲିଗିଛି। ସମୁଦ୍ର ଉପକୂଳ ଓ ନଦୀ କୂଳିଆ ଗ୍ରାମରେ ବସବାସ କରୁଥିବା ଲୋକମାନେ ଅତି ଭୟଭିତ ଅବସ୍ଥାରେ ରହିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହି ବାତ୍ୟା ର ମୁକାବିଲା ପାଇଁ ସମୁଦ୍ର ଓ ନଦୀ ମୁହାଣରେ ବସବାସ କରୁଥିବା ପ୍ରାୟ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଗଲାଣି |ଏହାଛଡ଼ା ପ୍ରଶାସନ ପକ୍ଷରୁ ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଯଦି ବାତ୍ୟା କରାଳ ରୂପ ଧାରଣ କରେ ତେବେ ନିଶ୍ଚିତ ଭାବେ ବହୁଳ ମାତ୍ରାରେ ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେଗ ବଢ଼ାଉଛି ବାତ୍ୟା ‘ୟାସ୍‌’ଘଣ୍ଟା ପ୍ରତି ବେଗ ୧୭ କିଲୋମିଟର, କେତେ ଦୂରରେ ଅଛି ...

Tue May 25 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଅତୀ ଭୀଷଣ ରୂପ ଧରି ସାମୁଦ୍ରିକ ଝଡ ‘ୟାସ୍‌’ ସ୍ଥଳଭାଗ ଆଡକୁ ମୁହାଁଇଛି। ଏହାର ଘଣ୍ଟା ପ୍ରତି ବେଗ ୧୭ କିଲୋମିଟର ରହିଛି।ବର୍ତ୍ତମାନ ପାରାଦୀପଠୁ ୨୨୦ କିମି ଦୂରରେ ରହିଛି ଥିବାବେଳେ,ବାଲେଶ୍ଵରଠୁ ୩୩୦ ଓ ଦୀଘାଠାରୁ ୩୨୦ କିମି ଦୂରରେ ରହିଛି ବାତ୍ୟା ‘ୟାସ୍‌’। ଆସନ୍ତାକାଲି ସକାଳେ ଏହା ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ବାତ୍ୟା […]

You May Like

Pin It on Pinterest