ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ।ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଅନୁମାନ ଅନୁଯାଇ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଉଦ୍ଧାର ଓ ରିଲିଫ ପାଇଁ ଉଦ୍ୟମ ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସଫଳତାର ସହ ପ୍ରଶାସନିକ କର୍ମଚାରୀ, ପ୍ରଞ୍ଚାୟତ ପ୍ରତିନିଧି, ପୁଲିସ, ଅଗ୍ନିଶମ ଓ ସ୍ବାସ୍ଥ୍ୟ କର୍ମୀ ବାତ୍ୟା ମୁକାବିଲା କରିଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।ଅନ୍ୟପକ୍ଷରେ, ସମୁଦ୍ର ପାଣି ମାଡ଼ି ଆସିଥିବାରୁ ଭଦ୍ରକ ଜିଲ୍ଲାରେ ୪୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲାରେ ୮୪ଟି ଗାଁ ଏବେ ଜଳବନ୍ଦୀ ହୋଇ ରହିଛି।ଏହି ସବୁ ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତିକି,ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯ଼ାଇଥିବା ଲୋକମାନଙ୍କ ମଧ୍ୟରେ ଯ଼େପରି କରୋନା ନ ବ୍ୟାପେ ସେଥିପାଇଁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu May 27 , 2021
 ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ। ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା । ଅପରାହ୍ନ ୧୨ଟା ୩୦ ମିନିଟରେ ହେଲିକାପ୍ଟର ଯୋଗେ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର […]

You May Like

Pin It on Pinterest