
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଓଡିଶାରେ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୨ଟି ଦୀର୍ଘସୂତ୍ରୀ ଓ ସ୍ଥାଇ ବ୍ୟବସ୍ଥା ଦାବି କରିଛନ୍ତି।
ବିଶେଷ କରି ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର ଉପକୂଳ ରହିଛି ।ନଦୀ ସମୂହ ମିଶାଇଲେ ପ୍ରାୟତ ୧୬ଶହ କିଲୋମିଟର ଅଂଚଳରେ ଉପକୂଳର ସୁରକ୍ଷା ଜରୁରୀ ।ଦ୍ୱିତୀୟତଃ ବନ୍ୟା ବାତ୍ୟା ସମୟରେ ଯେଭଳି ବୈଦୁତିକ କ୍ଷେତ୍ରର ଭିତ୍ତିଭୂମି ନଷ୍ଟ ନହେବ ସେ ଦିଗରେ ଉନ୍ନତ ଜ୍ଞାନ କୌଶଳ ପାଇଁ ଅନୁଦାନ ଯୋଗାଇଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ତେଣୁ ଏସବୁ କ୍ଷେତ୍ରରେ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

ସମୀକ୍ଷା ବୈଠକ ପରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନାକହିଛନ୍ତି ଯେ ,ବାତ୍ୟା ନେଇ ରାଜ୍ୟ ସରକାର ବର୍ତ୍ତମାନ ଆଉ କିଛି ଦାବି କରି ନାହାନ୍ତି। ଏବେ ଯାହା ଦରକାର ଆମେ ତାକୁ ମ୍ୟାନେଜ କରିନେବୁ। ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ।
ହେଲେ ସାମୁଦ୍ରିକ ବାତ୍ୟା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାକୁ, ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟିର ସହାୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯ଼ାଇଛି |
ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସର୍ବପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିର,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।



