ବାସ୍ତବବ୍ୟୁରୋ:(ସାଲେପୁର) ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ର କାଲୁରିଆ ଗାଁ ରାସ୍ତା ରେ। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୨ କୋଟି ୮୨ ଲକ୍ଷ ଟଙ୍କା ବିନିଯୋଗ ରେ ହୋଇଥିବା ବେଳେ ମାତ୍ର ୨୦ ଦିନ ନ ପୁରୁଣୁ ରାସ୍ତା ର ଅବସ୍ଥା ବେହାଲ୍। ରାସ୍ତା ର ପାଖାପାଖି ୫୦୦ ମିଟର ଫାଟି ଯାଇଥିବା ବେଳେ ରାସ୍ତାର ଦୁଇ ପାଖରେ ଗଡ଼ୱାଲ ନଥିବାରୁ ରାସ୍ତା ଦବି ଗଲାଣି।

ଏହି ଘଟଣା ଟିକୁ ପ୍ରଥମେ ମାହାଙ୍ଗା ର ବିଜେପି ନେତା ସାରଦା ପ୍ରଧାନ ଜାଣିବା ପରେ ଏସଆରସି ଙ୍କୁ ଟ୍ୱଇଟ କାରି ଜଣାଇଥିଲେ। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିଦ ଭାଙ୍ଗି ଥିଲା ଏବଂ କଟକ ର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର ଓ ନିଶ୍ଚିତକୋଇଲି ଉପଖଣ୍ଡ ଅଧିକାରୀ ସତ୍ୟଜିତ ଦଳାଇ ଏବଂ କନିଷ୍ଟ ଯନ୍ତ୍ରୀ କ୍ଷିତୀଶ କୁମାର ପ୍ରଧାନ ପହଁଚି କାର୍ଯ୍ୟ ଅନୁଧାନ କରିବା ସହ ରାସ୍ତା କୁ ପୁନଃ ନିର୍ମାଣ କରିବାପାଇଁ ଠିକାଦାର ଙ୍କୁ ଆଦେଶ ଦେଇଥିବା କଥା ଜଣା ପଡ଼ିଛି।
ପ୍ରଶ୍ନ ଉଠୁଛି ସରକାରୀ ନୀତି ନିୟମ ଅନୁଯାୟୀ କୈାଣସି ଉନ୍ନତି ମୂଳକ କାର୍ଯ୍ୟ ହେଲେ ସଂପୃକ୍ତ ବିଭାଗ ର ଅଧିକାରୀ ମାନେ ସେଠାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ଥିବା ବେଳେ, ଏହି ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା ରାସ୍ତା କାମରେ କ’ଣ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ନଥିଲେ ନା ଠିକାଦାର ହାତରେ ଏହି ରାସ୍ତା କାମକୁ ଟେକି ଦେଇ ବାବୁ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ? ତେଣୁ “ଚୋର ହାତରେ ଚାବି କାଠି” ନଦେଇ ଏହାର ଭିଜିଲାନ୍ସ ତଦନ୍ତ ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ପଦାରେ ପଡନ୍ତା ବୋଲି ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।