ନଡିଆ ଗଛକୁ ନେଇ ମରଣାତ୍ମକ ଆକ୍ରମଣ ମା ଓ ଝିଅ ଗୁରୁତର …

Photo: Bastab media

ବାସ୍ତବବ୍ୟୁରୋ:(ନି.ପ୍ର ଚାନ୍ଦବାଲି) ଏନ୍ ଏ ସି ବିନତରା କୁଲ୍ଲ୍ଲୀ ଗାଁରେ ଏକ ନଡିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହେବା ପରେ ଗୋଟିଏ ପକ୍ଷ ପ୍ରତିପକ୍ଷ ଉପରେ ଖଣ୍ଡା , ଭୁଜାଲି ଓ ଫର୍ସାରେ ଆକ୍ରମଣ କରିବା ପରେ ମା ଓ ଝିଅ ଗୁରୁତର ହେବା ସହ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମା ଓ ଝିଅକୁ ପ୍ରତିପକ୍ଷ ମାନେ ଅତି ନିର୍ମମ ଭାବରେ ହାଣିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଆକ୍ରମଣରେ ଶିକାର ହୋଇଥିବା ମହିଳା ହେଉଛନ୍ତି କୁଲ୍ଲି ଗାଁର ଗଦାଧର ପରିଡ଼ାଙ୍କ ସ୍ତ୍ରୀ ସଞ୍ଜୁଲତା ଓ ତାଙ୍କ ଝିଅ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ପ୍ରତିପକ୍ଷ ଲକ୍ଷ୍ମୀଧର ପରିଡ଼ା ମଧ୍ୟ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀଙ୍କ ଦେହରେ ନାଲି ରଙ୍ଗ ମାରି ମେଡିକାଲରେ ପହଞ୍ଚି ଆକ୍ରମଣର ରୂପ ଦେବାକୁ ଚେଷ୍ଟା କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସବୁ କଳ୍ପନା ଜଳ୍ପନାର ଶେଷ ପୁଣି ବଢ଼ିଲା ଲକ୍‌ଡାଉନ୍...

Sun May 30 , 2021
ବାସ୍ତବବ୍ୟୁରୋ:ନି.ପ୍ର ଭୁବନେଶ୍ଵର ସବୁ କଳ୍ପନା ଜଳ୍ପନାର ଶେଷ ପୁଣି ବଢ଼ିଲା ଲକ୍‌ଡାଉନ୍ ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ବଢ଼ାଇଲେ ଲକ୍‌ଡାଉନ୍‌ | ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଢା ଯାଇଛି।ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି।ସପ୍ତାହାନ୍ତ […]

You May Like

Pin It on Pinterest