
ବାସ୍ତବବ୍ୟୁରୋ:(ନି.ପ୍ରଭଦ୍ର)କବର୍ତ୍ତମାନ ନୂତନ ମଦଦୋକାନ ଖୋଲିବାକୁ ବିରୋଧ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରିରହିଛି କାରଣ ଲୋକମାନଙ୍କର ଅଭିଯୋଗ ଅନୁଯାଇ ଅନେକ ସ୍ଥାନରେ ମନ୍ଦିର ସ୍କୁଲ ଓ ଯନବସତୀ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି |ସେମିତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତରେ ରାସ୍ତା କଡରେ ନୂତନ କରି ହେଉଥିବା ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଧୂଷୁରୀ ତିହିଡି ରାସ୍ତା ଅବରୋଧ କରିଛନ୍ତି |ବିଶେଷ କରି ମହିଳା ମାନେ ଉତକ୍ଷିପ୍ତ ହୋଇ ରାସ୍ତାରେ ଟାୟାର ଜାଳି ସଂପୂର୍ଣ୍ଣ ଗାଡି ଚଳା ଚଳକୁ ଠପ କରିଦେଇଛନ୍ତି |

ଦାବି ଅନୁସାରେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ, ରାସ୍ତା ପାଖରେ ଦୋକାନ ଖୋଲାଗଲେ ଗାଁରେ ଝିଅ ବହୁ ରାସ୍ତାରେ ସାମ୍ମନର ଯାଇପାରିବେନି, ଘରେ ଘରେ ମଦୁଆଙ୍କ ଉପଦ୍ରବ ବଡ଼ିବ,ପାଖରେ ସ୍କୁଲ ଥିବାରୁ ଛୋଟ ପିଲାଙ୍କ ଉପରେ ପ୍ରଭାବ ପଡିବ ଏବଂ ମନ୍ଦିର ଯିବାବେଳେ ଝିଅ ବହୁ ମାନେ ଅସଦାଚରଣର ଶିକାର ହେବେ ତେଣୁ ମଦ ଦୋକାନ ବନ୍ଦ କରାଯାଉ ଓ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନହେଲେ ଆଗକୁ ଆନ୍ଦୋଳନ ଜୋର ଧରିବ ବୋଲି କହିଥିଲେ ଗ୍ରାମବାସୀ |ତ ଦେଖାଇବାକୁ ବାକି କେବେ ପ୍ରଶାସନର ନିଦ ଭାଙ୍ଗୁଛି ସାହସପୁର ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରୁଛି |