
ବାସ୍ତବବ୍ୟୁରୋ:(ନି.ପ୍ରପୋଲସରା) ଗଞ୍ଜାମ ଜିଲ୍ଲା ର ପୋଲସରା ଥାନା ଭାବରଡ଼ା ଗାଁ ଦାଣ୍ଡରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ସେହି ଗାଁର ବୁଲୁ ସାହୁ ଓ ତାଙ୍କ ଅଢେଇ ବର୍ଷ ର ପୁଅ କୁ ଘରୁ ଡାକି ଆଣି ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କଲା ମାନସିକ ବିକୃତ ପଡୋଶୀ l ବୁଲୁ କିଛି ବୁଝିବା ଆଗରୁ ବାପା ପୁଅ ଙ୍କ ଉପରକୁ କାତି ଓ କୁରାଢ଼ୀ ରେ ଆକ୍ରମଣ କରିଥିଲା ଅଭିଯୁକ୍ତ ବୁଲୁ ସେଠି l

ଘଟଣା ସ୍ଥଳରେ ଅଢେଇ ବର୍ଷ ର ପୁଅ ଜଗନ୍ନାଥ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ବୁଲୁ ସାହୁ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ମେଡ଼ିକାଲ ଭର୍ତି କରାଯାଇ ଥିବା ବେଳେ ସେଠାରେ ତାଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାରୁ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ପୋଲସରା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁ ଅଟକ ରଖିବା ସହିତ ହତ୍ୟା କାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଜବତକରି ତଦନ୍ତ ଜାରି ରଖିଛନ୍ତି l