
ବାସ୍ତବବ୍ୟୁରୋ:(ନି.ପ୍ରଚାନ୍ଦବାଲି) ଆଜି ଦିନ୧୨.୨୦ ବେଳେ ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟକ୍ଷତି ଅନୁଧ୍ୟାନ କଲେ । ଧାମରାର ଦୋଷୀଙ୍ଗା ପଂଚାୟତରେ ଓରାମାଳ ,ଜୟଦୁର୍ଗା ପାଟଣା,ପାଇକ ସାହି ଓ ଧାମରା ପଂଚାୟତ ଝାଡକାଟି ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ ।

ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇ ଥିଲେ । ଏହି କ୍ଷୟକ୍ଷତି ଆକଳନ ପରେ ଧାମରା କୃଷି ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟାମୋକେଶ ରାଏ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଶହ ସହିତ କୃଷି ବୈଜ୍ଞାନିକ , ଉଦ୍ୟାନ ବିଭାଗ, ମସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।