ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ୟୁନିଟ୍-୬ ହାଇସ୍କୁଲର ସମୁଦାୟ ୭.୬୭ ଏକର ଜମି ଦୁଇଟି ପ୍ଲଟ୍ ଆକାରରେ ଥିବାବେଳେ ଏଥିରୁ ୨.୪୫ ଏକର ଜମି ବ୍ୟବହାର ହେଉନାହିଁ ବୋଲି ଦର୍ଶାଇ ଉକ୍ତ ଜମିରେ ଆଇଏଏସ୍ ଅଫିସରମାନଙ୍କ ଆମୋଦ ପାଇଁ ଏକ ଟ୍ରାନ୍ଜିଟ୍ ହାଉସ୍ ତିଆରି କରିବାକୁ ଆଇଏଏସ୍ ଅଫିସର ସଂଘକୁ ଦିଆଯାଇଥିଲା । ଫଳରେ ବିବାଦ ଉପୁଜିଥିଲା । ଆଜି ସ୍କୁଲ ହତାରେ ଏହି ଜମି ଦେବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ବାତିଲ କରିଦେଇିଛନ୍ତି ।
ରାୟଗଡ଼ା ଜିଲ୍ଲାରେ ଶିବପଦର ପଞ୍ଚାୟତ ହାତୀପଦର ଗାଁରୁ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏଠାରେ ଆଗାମୀ ୧୪ ଦିନ ଯାଏଁ କଣ୍ଟେନମେଣ୍ଡ ଜୋନ୍ ଘୋଷଣା କରିଛି ।
୨ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ । ଆଇଏମ୍ଡି ଆକଳନ, ଆସନ୍ତା ୧୫ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ ଛୁଇଁପାରେ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୯୦୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୪୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୦୨୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଏ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଚକ ନିର୍ମାଣ କାମ ସରିଛି। ବାକି ଚକଗୁଡିକର ନିର୍ମାଣ କାର୍ଯ୍ୟ ଚାଲିଛି।
ରାଜ୍ୟର ୬ଟି ଜେଲ୍ରେ କଏଦୀଙ୍କ ଭିଡ । ଧାର୍ଯ୍ୟ ସଂଖ୍ୟା ଠାରୁ ସବୁଠି ଯଥେଷ୍ଟ ଅଧିକ । କରୋନା ମହାମାରୀ ସମୟରେ ଏପରି ସ୍ଥିତି ବିପଜ୍ଜନକ । ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ୱାର୍ଲଡ଼ ସାଇକେଲ ଡେ । ଏହା ଜୁନ ମାସ ୩ ତାରିଖରେ ପାଳନ କରାଯାଏ । ପରିବେଶ ପ୍ରଦୂଷଣ ରୋକିବା ଏବଂ ନିଜ ସ୍ୱାସ୍ଥ୍ୟ ଠିକ ରଖିବା ନିମନ୍ତେ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ହେଉଛି ଏହି ଦିବସର ସାରମର୍ମ ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଘୋଷଣା ଅନୁଯାଇ, କେନ୍ଦ୍ର ସରକାର ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନି ‘ବାୟୋଲୋଜିକାଲ୍-ଇ’ ସହ, ୩୦ କୋଟି ଡୋଜ୍ କୋଭିଡ୍ ଟିକା ସଂରକ୍ଷଣ ବା ‘ରିଜର୍ଭ’ କରି ରଖିବା ପାଇଁ ବୁଝାମଣା ଚୂଡ଼ାନ୍ତ କରିଛନ୍ତି।ଏହି ବିବୃତିରେ ଉଲ୍ଲେଖ ଅଛି, ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ଏହି ଟିକା ଡୋଜ୍ ସବୁ ‘ମେସର୍ସ ବାୟୋଲୋଜିକାଲ୍-ଇ’ ଉତ୍ପାଦନ କରି ଗଚ୍ଛିତ ରଖିବ।
ଆଜି ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ବାବା ରାମଦେବଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ସମନ ଜାରୀ କରିଛନ୍ତି। ରାମଦେବଙ୍କ କମ୍ପାନୀ ପତଞ୍ଜଳି ଏହାର କରୋନିଲ କିଟ୍ ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଛି ବୋଲି, ଡିଏମଏ ତାଙ୍କ ଆବେଦନରେ ଉଲ୍ଲେଖ କରିଛି।



