
ବାସ୍ତବବ୍ୟୁରୋ:(କଳାହାଣ୍ଡି) ତୁହା କୁ ତୁହା ବର୍ଷା।ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।ପାଣି ଉପରେ ପଡିଛି ପିଚୁ।ଗ୍ରାମ ବାସୀ ର ପ୍ରତିବାଦ କୁ ବିଭାଗୀୟ ଯନ୍ତ୍ରୀଙ୍କ ବେଖାତିର।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ- ସର୍ଗିଗୁଡା -ପ୍ରଧାନମନ୍ତ୍ରୀ ସଡକ ସାମୟିକ ରକ୍ଷଣାବେକ୍ଷଣ ନିର୍ମାଣ କାମ ରେ। ଯାହା ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଦୀର୍ଘ ୮ବର୍ଷ ରୁ ଏହି ରାସ୍ତା ର ରକ୍ଷଣାବେକ୍ଷଣ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କୁ ଜଣାଇ ଆସୁଥିଲେ। ।
ସୁତରାଂ ଫଳ ସ୍ୱରୂପ ୨୦୨୧-୨୨ ବର୍ଷ ରେ ବ୍ୟୟବରାଦ ରଖା ଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ତାହାବି ବିନା ସୂଚନା ଫଳକ ରେ କାମ କରାଯାଉଛି।ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ତତ୍ତ୍ୱାବଧାନରେ କାମ ଚାଲିଥିବା ବେଳେ “ଏ” ଶ୍ରେଣୀ ଠିକାଦାର ଗିରିଧର ଅଗ୍ରୱାଲ କାମ କରୁଥିବା, ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ବୁଧବାର ଦିନ ପିଚୁ କାମ ଆରମ୍ଭ ବେଳ କୁ ପ୍ରବଳ ବର୍ଷା ହୋଇଥିଲା।ରାସ୍ତା ରେ ଆଣ୍ଠୁଏ ପାଣି ବହି ଯାଉଥିବା ଅବସ୍ଥାରେ ପିଚୁ ପକାଯାଉଥିଲା। ଯାହା ଗ୍ରାମବାସୀ ପ୍ରଡିବାଦ କରିଥିଲେ।ଏପରି କି ଯନ୍ତ୍ରୀ ମହୋଦୟ ଏକ ଛତା ଗୁଡେଇ ହୋଇ କାମ ତନଖୁ ଥିଲେ।ତେବେ ଗ୍ରାମବାସୀ ଯେତେ ପ୍ରତିବାଦ କରିଥିଲେ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀ ଦବଙ୍ଗ ଗିରି କରି ବେଖାତିର ଦେଖାଇଥିଲେ।

ଏପରି କି ଢୁ ଢୁ ବର୍ଷାରେ ପିଚୁ କାମ କରିବା କୁ ଯନ୍ତ୍ରୀ ଅଡ଼ି ବସିଥିଲେ। ଯାହା ଏବେ ପିଚୁ ଉପରେ ପାଦ ରଖିଲେ ଭାସି ଯାଉଥିବା ଗ୍ରାମ ଲୋକ ଅଭିଯୋଗ କରନ୍ତି।ଗୋଟାଏ ପଟେ ରାସ୍ତା ର ନିର୍ମାଣ ର ସୁରକ୍ଷା ପ୍ରତି ପ୍ରଶ୍ନ ଉଠୁଥିବା ବେଳେ ଯନ୍ତ୍ରୀ ଟିକନ ନାୟକ କିନ୍ତୁ ଏହା କୁ ଖଣ୍ଡନ କରି ଗଣମାଧ୍ୟମ ଆଗରେ ସମ୍ପୁର୍ଣ୍ଣ ଗେରେଣ୍ଟି ଦେଉଥିବା ଜଣାପଡେ।ତେବେ ବର୍ଷା ସମୟରେ ପିଚୁ ପଡିବା ସରକାରୀ ନିୟମ ଅଛି କି ପ୍ରଶ୍ନର ଉତ୍ତରରେ ନ ଥିବା ପ୍ରକାଶ କରିଥିଲେ।ଗୋଟାଏ ପଟେ ସରକାରୀ ନିୟମ ଉଲଘଂନ ଖୋଲାଖୋଲି କରାଯାଇ କେମିତି ,କାହିକି କିପରି ବର୍ଷାରେ ପିଚୁ କାମ ହେଲା ତାହା ସହଜେ ଅନୁମେୟ।
ଏଥିରେ ଠିକାଦାର ଙ୍କ ସ୍ୱାର୍ଥ ସାଧିତ ପାଇଁ ଯନ୍ତ୍ରୀ କସରତ କରୁଥିବା ସ୍ପଷ୍ଟ ପାରିତ ହୁଏ।ତେବେ ଦୀର୍ଘ ୨ଶହ ମିଟର ପଯ୍ୟନ୍ତ ବର୍ଷାରେ ପିଚୁ ପଡିଥିବା ବେଳେ ରାସ୍ତା ର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଉଠିଛି।ନିର୍ମାଣ ପିଚୁ କୁ ଖୋଲା ଯାଇ ପୁନଃ ନୂତନ ଭାବେ କାର୍ଯ୍ୟ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ମଳୟ ଛତରିଆ,ବେଦବର ତେଜି,କୁମୁଦ ନେଗି, ଟିକେମଣି ପଟେଲ, ଦୀପକ ନେଗି,ଗୋପାଳ ଛତରିଆ,ଜଗନ ସିଂ ରାଜପୁତ,ରଞ୍ଜିତ ଚଳାନ, ରସିକ ଚନ୍ଦନ ପ୍ରମିଖ ପ୍ରକାଶ କରିଛନ୍ତି।



