ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବକ ଜଣକ ଚୌଦ୍ୱାର ତଳ ବଜାର ର ଅର୍ଯୁନି ବୋଲି ଜଣା ପଡ଼ିଥିବା ବେଳେ ସେ ଏକ ତେଜରାତି ଦୋକାନ କାମ କରୁଥିଲେ । ଆତ୍ମହତ୍ୟା ର କାରଣ ଜଣା ପଡି ନାହିଁ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇ କେଉଁ କାରଣ ରୁ ସେ ଆତ୍ମହତ୍ୟା କଲେ ଅଧିକ ତଦନ୍ତ ଚଳାଇଛନ୍ତି ।
Fri Jun 4 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି) ତୁହା କୁ ତୁହା ବର୍ଷା।ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।ପାଣି ଉପରେ ପଡିଛି ପିଚୁ।ଗ୍ରାମ ବାସୀ ର ପ୍ରତିବାଦ କୁ ବିଭାଗୀୟ ଯନ୍ତ୍ରୀଙ୍କ ବେଖାତିର।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ- ସର୍ଗିଗୁଡା -ପ୍ରଧାନମନ୍ତ୍ରୀ ସଡକ ସାମୟିକ ରକ୍ଷଣାବେକ୍ଷଣ ନିର୍ମାଣ କାମ ରେ। ଯାହା ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଦୀର୍ଘ ୮ବର୍ଷ ରୁ ଏହି ରାସ୍ତା ର ରକ୍ଷଣାବେକ୍ଷଣ […]