ଆସୁଛି ଶିବ ରାତ୍ରୀ , ଯେଉଁ ରାତ୍ରୀକୁ ଚାତକ ପରି ଚାହିଁ ରହିଥାନ୍ତି ସମସ୍ତ ଶୈବ ଭକ୍ତ । ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଓ ନିଜର ମନସ୍କାମନା ପୂରଣ କରିବା ନିମନ୍ତେ ସାରା ଦିନ ଉପବାସ କରି ରାତି ଅନିଦ୍ରା ହୋଇ ଜାଗର ଜାଳିଥାନ୍ତି ଭକ୍ତ ମାନେ । ହେଲେ ସବୁଠୁ ବଡ଼ କଥା ହେଉଛି ଚଳିତ ବର୍ଷ ଜାଗର ସେମବାର ପଡୁଥିବାବେଳେ ବହୁ ଦୁର୍ଲଭ ମହାସଂଯୋଗ ପଡୁଛି , ଯାହା କାରଣରୁ ଏହାର ମହତ୍ତ୍ବ ବହୁତ ପରିମାଣର ବଢିଯାଇଛି । ତାହା ସହ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି ଯାହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ତାଛଡ଼ା ସପ୍ତାହର ସୋମବାରକୁ ସମସ୍ତ ଭକ୍ତ ଭଗବାନ ଶିବଙ୍କୁ ସମର୍ପିତ କରିଥାନ୍ତି । ଦୁର୍ଲଭ ମହାସଂଯୋଗ ଅନୁସାରେ ମହାଶିବରାତ୍ରୀ ପର୍ବ ଶ୍ରବଣା ନକ୍ଷେତ୍ରରେ ପଡୁଛି । ଏହି ନକ୍ଷେତ୍ର ଶୁଭ ବୋଲି ଧରାଯାଇଥାଏ । ଏହି ନକ୍ଷେତ୍ରରେ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା ବହୁ କଷ୍ଟ ଦୂର ହୋଇଥାଏ । ତାହା ସହ ଯେଉଁ ଯୁବକ ଯୁବତୀମାନଙ୍କର ବିବାହରେ ବିଳମ୍ବ ହେଉଛି ସେମାନେ ଏହି ଶିବରାତ୍ରୀ ଦିନ ଭଗବାନଙ୍କୁ ଗଙ୍ଗାଜଳରେ ଅଭିଷେକ କଲେ ସବୁ ବାଧା ପ୍ରତିବନ୍ଧକ ଦୂର ହୋଇଯିବ । ଏବଂ ସୁଖ,ସମୃଦ୍ଧି ପାଇଁ ଏହି ଶିବ ଯୋଗ ଅବସରରେ ମହାଦେବ ଏବଂ ମାତା ପାର୍ବତରଙ୍କ ପୂଜା ଅର୍ଚ୍ଚନା କରିବା ନିହାତି ଜରୁରୀ ।
Next Post
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ ! ‘ଚୌକିଦାର ଚୋର ହେ’
Sat Mar 2 , 2019
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି […]

You May Like
-
5 years ago
ଦୀପାବଳିରେ,୧୫୨୧ ମସିହାରେ ପଡିଥିଲା ଏହି ମହାସଂଯୋଗ….
-
6 years ago
ଆଜିଠାରୁ ଖୁସି ଫେରିବ ଏଇ ସାତଟି ରାଶିରେ..
-
4 years ago
ଅଭାବନୀୟ ଘଟଣା ଶେଷରେ ନିଜ ସ୍ତ୍ରୀ ଦେଲେ ମୁଖାଗ୍ନି…


