ଉଠା ଦୋକାନୀଙ୍କ ପାଇଁ ଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ସହାୟତା…

ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ବର: ଜୀବନଜୀବିକା ଉପରେ କରୋନା ମହାମାରୀ ର ପ୍ରଭାବ ସର୍ବାଧିକ । ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୫ମ ଶ୍ରେଣୀର ଛାତ୍ରର ପ୍ରଧାନ ବିଚାରପତିଙ୍କୁ ଚିଠି, ଅମ୍ଳଜାନ ଯୋଗାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ମୁ ଗର୍ବିତ...

Tue Jun 8 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେରଳର ୫ମ ଶ୍ରେଣୀର ଛାତ୍ର କରୋନା ସମୟରେ ନିଆଯାଇଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଏହି ଛାତ୍ର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଛାତ୍ର ଜଣକ କହିଛନ୍ତି ଯେ ସେ ଗର୍ବିତ ଯେ ସୁପ୍ରିମକୋର୍ଟ ଅମ୍ଳଜାନ ଯୋଗାଣର ନିଷ୍ପତ୍ତି ନେଇଛନ୍ତି, ଯାହା ଅନେକଙ୍କ ଜୀବନ ରକ୍ଷା କରିଛି | ଏହାର ଜବାବରେ ଜଷ୍ଟିସ୍ ରାମନା ମଧ୍ୟ ଛାତ୍ରଙ୍କୁ କହିଥିଲେ- ମୁଁ ନିଶ୍ଚିତ ଯେ ତୁମେ […]

You May Like

Pin It on Pinterest