ଆଜି ସନ୍ଧ୍ୟାରେ କ୍ୟାବିନେଟ୍‍ ବୈଠକ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସନ୍ଧ୍ୟାରେ କ୍ୟାବିନେଟ୍‍ ବୈଠକ |ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସର ବୈଠକରେ ସାମିଲ ହେବେ |ହୋଇପାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍‌ ବୈଠକ ବସିବ।ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ

ଆଜିର କ୍ୟାବିନେଟ ବୈଠକରେ, ମୁଖ୍ୟତଃ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଥିବା ବେଳେ, ଦୀର୍ଘଦିନ ଧରି ସରକାରଙ୍କଠାରେ ଓଏଏସ୍‍ ସଂଘ ପକ୍ଷରୁ କ୍ୟାଡର ପୁର୍ନଗଠନ ଦାବି ଉପରେ ନିଷ୍ପତି ନିଆଯିବ । ସେମାନଙ୍କ ଦାବି ଉପରେ ସରକାର ମୋହର ମାରିପାରନ୍ତି। ଫଳତଃ ଉକ୍ତ ବର୍ଗର ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ।ଏହି ପଦରେ ପର୍ଯ୍ୟାୟକ୍ରମେ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ ଓ ଉପସଚିବ ପଦରେ ଅବସ୍ଥାପିତ କରାଯିବାର ପଥ ପରିସ୍କାର ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Jun 9 , 2021
 ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ […]

You May Like

Pin It on Pinterest