ଆଜିର ଖାସ୍ ଖବର

 ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୧୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୩୧୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ନିୟମିତ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ୪୦-୫୦ କିମି ବେଗରେ ପବନ ଏବଂ ବର୍ଷା ହୋଇପାରେ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ବୁଧବାର  ଅପରାହ୍ନ ୬ଟାରେ ବସିବ କ୍ୟାବିନେଟ୍‌ ବୈଠକ । ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ।

ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ ସ୍ବାସ୍ଥ୍ୟକର୍ମୀ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଆଶାକର୍ମୀ, ଏ.ଏନ୍.ଏମ୍. ଏବଂ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କରୋନାର ତୃତୀୟ ଲହର ପାଇଁ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ତୃତୀୟ ଲହର ମୁକାବିଲା ପାଇଁ ତାଲିମ ନେବେ ୧ ହଜାର ୧୧୪ ଡାକ୍ତର ଓ ୧ ହଜାର ୩୬ ସ୍ବାସ୍ଥ୍ୟକର୍ମୀ । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ଜୁନ୍‌ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ପ୍ରବେଶ କରିପାରେ । ୧୧ ଜୁନ୍‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ ପ୍ରଭାବରେ ୧୦ରୁ ୧୪ ତାରିଖ ଭିତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି : ଆଞ୍ଚଳିକ ପାଣିପାଗ ବିଭାଗ ।

ମୌସୁମୀ ବର୍ଷା ରେ ଭିଜିଲା ମୁମ୍ବାଇ । ଆସନ୍ତା ୨୪ ଘଣ୍ଟାରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ସମୁଦ୍ରରେ ଉଚ୍ଚ ଜୁଆର ବୃଦ୍ଧି ହେବାର ଏକ ଆକଳନ କରାଯାଇଛି । ସକାଳ ୧୧.୪୩ ରେ ଉଚ୍ଚ ଜୁଆର ଉଠିବାର ବି ସମ୍ଭାବନା ରହିଛି । ମୌସୁମୀର ପ୍ରଥମ ବର୍ଷାରେ ଅନେକ ଅଞ୍ଚଳରେ ରାସ୍ତା ଜଳମଗ୍ନ ହୋଇଯାଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ମଧ୍ୟ ବ୍ୟାହତ ହୋଇଥିଲା ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଆଇଏଏସ ଅନୁପ ଚନ୍ଦ୍ର ପାଣ୍ଡେ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏପରି ଭାବେ ଆୟୋଗର ତୃତୀୟ କମିଶନରଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । ଅନୁପ ଚନ୍ଦ୍ର ପାଣ୍ଡେ ନିର୍ବାଚନ କମିଶନଙ୍କ ଶୀର୍ଷ ଅଧିକାରୀ ଭାବେ ମୁଖ୍ୟ ନିର୍ବାଚନ କମିଶନର ସୁଶିଳ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ଦାୟିତ୍ୱ ତୁଲାଇବେ । ୩ ନିର୍ବାଚନ କମିଶନର ୬ ବର୍ଷିଆ ଅବଦ୍ଧି ବା ୬୫ ବର୍ଷ ଯାଏଁ ଦାୟିତ୍ୱ ସମ୍ପାଦନ କରିବେ ।

ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ୧୯ ପଇସା ବୃଦ୍ଧି ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୫.୫୬ କୁ ବୃଦ୍ଧି ପାଇଛି ।

କରୋନା ଭ୍ୟାକ୍ସିନ୍ ତିଆରି କରୁଥିବା କମ୍ପାନୀ ଫାଇଜର ୧୨ ବର୍ଷରୁ କମ୍ ପିଲାମାନଙ୍କ ଉପରେ ଭ୍ୟାକ୍ସିନର ପରୀକ୍ଷା ଆରମ୍ଭ କରିବାକୁ ପ୍ରସ୍ତୁତ । ଫାଇଜର୍ ଇଙ୍କ୍ କମ୍ପାନୀ କହିଛି, ଏହା ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ୍ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ  ୧୨ ବର୍ଷରୁ କମ୍ ପିଲାମାନଙ୍କ ଏକ ବଡ଼ ଗୋଷ୍ଠୀରେ ତାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷା କରିବା ଆରମ୍ଭ କରିବେ । ଏହି ପରୀକ୍ଷା ପାଇଁ ଫିଜର ୪୫୦୦ ରୁ ଅଧିକ ପିଲାଙ୍କୁ ଚୟନ କରିଛି । ଏହି ପିଲାମାନେ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଏବଂ ସ୍ପେନରୁ ଆସିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାବିତ୍ରୀଙ୍କ ପାଇଁ ସତ୍ୟବନଙ୍କ କରୋନା ଡରକୁ 'ଫୁ' ପ୍ରଶାସନ ନିରବ...

Wed Jun 9 , 2021
ବାସ୍ତବବ୍ୟୁରୋ(ବରୀ) ରାତି ପାହିଲେ ସାବିତ୍ରୀ ବ୍ରତ ବରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ଲାଗିଛି ଗହଳି ନା ଅଛି ସାମାଜିକ ଦୁରୋତ୍ୱ ନ ଅଛି ମାସ୍କ ଲୋକେ ଫଳ ଓ ପୂଜା ସାମଗ୍ରୀ କିଣିବାରେ ବେସ୍ତ । ଯାହା ଯଣାଯାଏ ଯଦି କିଛି ହୋଇଯାଏ, ସାବିତ୍ରୀ ମାନେ ଫେରାଇ ଆଣିବେ । ଏହେଉଛି ବରୀ ବ୍ଲକ ଅଧିନସ୍ତ ବରୀର ମୁଖ୍ୟ ବଜାର ର ଦୃଶ୍ୟ ଦେଖନ୍ତୁ […]

You May Like

Pin It on Pinterest