ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପିଟିସନ୍

ବାସ୍ତବ ବ୍ୟୁରୋ କଟକ:(ଦୀପକ୍ କୁମାର ବେଉରା) ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲା ଭାରତୀୟ ବିକାଶ ପରଷଦ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର ହୋଇଥିଲା ।

ଆଜି ଦାୟର ହୋଇଥିବା ଏହି ପିଟିସନରେ ଦର୍ଶାଯାଇଅଛି ଯେ କୋରୋନା ମହାମାରୀ ସଂକ୍ରମଣ ବେଳେ ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଣ୍ଟି ପାରିବେ ବୋଲି ରାଜ୍ୟ ସରକାର ମେ ୧୭ରେ ଘୋଷଣା କରିଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ବିଧାୟକମାନଙ୍କୁ ଘୋଷଣା ଆଧାରରେ ପ୍ରଦାନ କରାଯିବାକୁ ଥିବା ପ୍ରାୟ ସାଢେ ୭୩ କୋଟି ଟଙ୍କାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ପାଇଁ ECMO ମେସିନ୍ କ୍ରୟ କ୍ଷେତ୍ରରେ ବ୍ୟୟ କରାଯାଉ । ସମସ୍ତ ବଡ ମେଡିକାଲ ସହିତ ଜିଲ୍ଲା ମେଡିକାଲରେ ECMO ମେସିନ୍ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନର୍ଲା ବ୍ଲକ୍ ରେ ନୂତନ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ....

Wed Jun 9 , 2021
ବାସ୍ତବବ୍ୟୁରୋ:(ନର୍ଲା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ସକାଳ ନଅ ଘଣ୍ଟା ସମୟରେ ନୂତନ ଭାବରେ ଶ୍ରୀ ବିଜୟ କୁମାର ସେନାପତି ଶିକ୍ଷା ଅଧିକାରୀ ଜୁନାଗଡ଼ ଙ୍କୁ ଅତିରିକ୍ତ ନର୍ଲା ଶିକ୍ଷା ଅଧିକାରୀ ଦାୟିତ୍ଵ ପ୍ରଦାନ କରାଯାଇଅଛି| ଶ୍ରୀ ସେନାପତି ନର୍ଲା କାର୍ଯ୍ୟାଳୟ ଠାରେ ନର୍ଲା ବି, ଇ, ଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି |ଏହି ଅବସରରେ ଶ୍ରୀ ସେନାପତି ଙ୍କୁ ବି ଆର୍ ସି, […]

You May Like

Pin It on Pinterest